ଭୁବନେଶ୍ବର: ଆଜିଠୁ ଭତ୍ତା ବାବଦ ମିଳିବ ୩୫୦୦ ଟଙ୍କା । ୮୦ ବର୍ଷରୁ ବର୍ଷରୁ ଊର୍ଦ୍ଧ୍ବ ବରିଷ୍ଠ ନାଗରିକ ଏବଂ ୮୦ ପ୍ରତିଶତ ବା ତଦୂର୍ଦ୍ଧ୍ବ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ଏଣିକି ଭତ୍ତା ୩୫୦୦ ଟଙ୍କା ମିଳିବ । ଏନେଇ ସାମାଜିକ ସୁରକ୍ଷା ଭତ୍ତା ୩୫୦୦ ଟଙ୍କାକୁ ରାଜ୍ୟ ସରକାର ବୃଦ୍ଧି କରିଥିବା ବେଳେ ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କେନ୍ଦୁଝରରେ ଆୟୋଜିତ ଏକ କାର୍ଯ୍ୟ କ୍ରମରେ ଏହାର ଶୁଭାରମ୍ଭ କରିଛନ୍ତି । ଆଜିଠୁ ବିଧିବଦ୍ଧ ଭାବେ ଭତ୍ତା ବାବଦ ବ୍ୟାଙ୍କ ଖାତାକୁ ୩୫୦୦ ଟଙ୍କା ଚଢିଛି ।
ନୂଆ ବିଜେପି ସରକାର ଆସିବା ପରେ ଭତ୍ତା ଟଙ୍କା ୩୫୦୦କୁ ବୃଦ୍ଧି କରିବା ନିଷ୍ପତ୍ତିକୁ ଗତ ୩ ତାରିଖରେ କ୍ୟାବିନେଟରେ ମୋହର ମାରିଥିଲେ ରାଜ୍ୟ ସରକାର । ଯାହାକୁ ଆଜି ଲୋକଙ୍କ ଖାତାକୁ ଚଢିବ । ମଧୁବାବୁ ଭତ୍ତା ଯୋଜନା ଓ ଜାତୀୟ ସୁରକ୍ଷା କାର୍ଯ୍ୟକ୍ରମ ଅଧିନରେ ଏହି ଭତ୍ତା ପ୍ରଦାନ କରାଯିବ । ଏହା ଦ୍ବାରା ୪ ଲକ୍ଷ ୧୫ ହଜାରରୁ ଅଧିକ ହିତାଧିକାରୀ ଉପକୃତ ହେବେ । ମୁଖ୍ୟମନ୍ତ୍ରୀ ମୋହନ ମାଝୀ କେନ୍ଦୁଝର ଗସ୍ତରେ ଥିବା ବେଳେ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି ।