ଭୁବନେଶ୍ବର: ପୂଜାପର୍ବାଣୀ ହେଉ ଅବା ଘରକୁ କୁଣିଆ ଆସିଲେ ମିଠା ଘରେ ତିଆରି ହୋଇଥାଏ । ମିଠା ଭିତରେ କାଜୁ ବରଫି ସମସ୍ତେ ଖାଇଥିବେ କିନ୍ତୁ କେବେ ଚିନାବାଦାମ ବରଫି ଖାଇଛନ୍ତି କି? ତେବେ ଆଜି ଆସନ୍ତୁ ଶିଖିବା କିପରି ତିଆରି ହୁଏ ଚିନାବାଦାମ ବରଫି ।
ସାମଗ୍ରୀ:- ଚିନାବାଦାମ ମଞ୍ଜି- ୨କପ୍, ନଡିଆକୋରା-୧କପ୍, ଚିନି/ ଗୁଡ-୧କପ୍, ଘିଅ-୨ଚାମଚ, ମିଲକ ପାଉଡର-ଅଧ କପ୍, ଗୁଜୁରାତି-୬ଟା
ପ୍ରଣାଳୀ:- ଚିନାବାଦାମ ମଞ୍ଜିକୁ ଭାଜି ପତଳା ଚୋପାକୁ ଛଡାଇ ଶିଳରେ ଚୁରି ଦିଅନ୍ତୁ । ମିଲକ ପାଉଡର ମିଶାନ୍ତୁ । ନଡିଆକୋରାକୁ ଭାଜନ୍ତୁ । ନଡିଆକୋରାରେ ପାଣି ଶୁଖିଗଲେ ଓହ୍ଲାଇ ଦିଅନ୍ତୁ । ଚିନିର ଶିରା କରନ୍ତୁ । ସେଥିରେ ଚିନାବାଦାମ ଗୁଣ୍ଡ, ନଡିଆକୋରା, ଗୁଜୁରାତି, ଘିଅ ମିଶାଇ ଘାଟନ୍ତୁ । କମ୍ ଆଞ୍ଚରେ ରାନ୍ଧନ୍ତୁ । ହୋଇ ଆସିଲେ ଘିଅମରା ଥାଳିରେ ଢାଳି ଥଣ୍ଡା କରି କାଟନ୍ତୁ ।