Latest Odisha News

BREAKING NEWS

କ୍ଷୀର ବାଲଟି ପଡ଼ିଯିବାରୁ ରାହୁଲଙ୍କ ବିରୋଧରେ ଏଫଆଇଆର ଦେଲେ ଯୁବକ

ନୂଆଦିଲ୍ଲୀ: କ୍ଷୀର ପଡ଼ିଗଲା ବୋଲି ରାହୁଲ ଗାନ୍ଧୀଙ୍କ ନାଁରେ ରୁଜୁ ହେଲା ମାମଲା । କଥା ଟା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ବିହାରରେ ରାହୁଲଙ୍କ ଏମିତ ଏଫଆଇଆର ଦାୟର ହୋଇଛି । ଏଫଆଇଆରରେ ଅଭିଯୋଗ ହୋଇଛି ଯେ ରାହୁଲ ଗାନ୍ଧୀଙ୍କ ଯୋଗୁଁ ତାଙ୍କର ଗୋଟିଏ କ୍ଷୀର ବାଲ୍ଟି ତଳେ ପଡ଼ିଯାଇଥିଲା। ଏଥିପାଇଁ ତାଙ୍କୁ ଆର୍ଥିକ କ୍ଷତି ସହିବାକୁ ପଡ଼ିଛି। ଘଟଣାଟି ଘଟିଛି ସମସ୍ତିପୁର ଜିଲ୍ଲାରେ ।

ମୁକେଶ ଚୌଧୁରୀ ନାମକ ଜଣେ ବ୍ୟକ୍ତି ସ୍ଥାନୀୟ କୋର୍ଟରେ ରାହୁଲ ଗାନ୍ଧୀଙ୍କ ବିରୋଧରେ ଏହି ଏତଲା ଦାୟର କରିଛନ୍ତି। ସେ ଅଭିଯୋଗରେ କହିଛନ୍ତି ଯେ ତାଙ୍କର 250 ଟଙ୍କାର କ୍ଷତି ହୋଇଛି। ଅଭିଯୋଗକାରୀ ମୁକେଶ ଚୌଧୁରୀ କହିଛନ୍ତି ଗତ ସପ୍ତାହରେ ରାହୁଲଙ୍କ ଏକ ଭାଷଣ ଆଶ୍ଚର୍ଯ୍ୟ କରିଥିଲା। ସେ କହିଛନ୍ତି ଯେ ରାହୁଲଙ୍କ ଭାଷଣ ଦେଶର ସର୍ବଭୌମତ୍ୱ ଏବଂ ଅଖଣ୍ଡତାକୁ ଦୁର୍ବଳ କରୁଛି । ଆଉ ମୁଁ ଏହାକୁ ଶୁଣି ଆଶ୍ଚର୍ଯ୍ୟ ହୋଇଯିବାରୁ ମୋ ହାତରୁ ପାଞ୍ଚ ଲିଟର କ୍ଷୀର ଭର୍ତ୍ତି ବାଲ୍ଟି ଖସିଗଲା । ଯାହାର ମୂଲ୍ୟ ପ୍ରତି ଲିଟର ପିଛା ୫୦ ଟଙ୍କା ଥିଲା। ସେହିକ୍ରମରେ ମୋର 250 ଟଙ୍କାର କ୍ଷତି ହୋଇଛି ।

ସୂଚନା ଥାଉକି, ଆସାମର ଜଣେ ଓକିଲ ମଞ୍ଜିତ ଚେତିୟା ରାହୁଲଙ୍କ ବିରୋଧରେ ଶନିବାର ସନ୍ଧ୍ୟାରେ ପନବାଜାର ଥାନାରେ ଏକ ଏଫଆଇଆର ପଞ୍ଜିକୃତ କରିଥିଲେ । ଚେତିୟା ଅଭିଯୋଗ କରିଥିଲେ ଯେ ଗତ ସପ୍ତାହରେ ନୂଆ ଦିଲ୍ଲୀରେ କଂଗ୍ରେସର ନୂଆ ମୁଖ୍ୟାଳୟ ଉଦଘାଟନ ସମୟରେ ରାହୁଲ ଭାଷଣରେ କହିଥିଲେ ଯେ ବିଜେପି ଓ ଆରଏସଏସ ଦେଶର ସବୁ ସଂସ୍ଥା ଉପରେ ଅକ୍ତିଆର କରିନେଇଛି। ଏବେ ଆମେ ବିଜେପି, ଆରଏସଏସ ଓ ଭାରତୀୟ ରାଜ୍ୟ ସହ ଲଢ଼େଇ କରୁଛୁ। ଚେତିୟା ଆହୁରି ଅଭିଯୋଗ କରିଥିଲେ ଯେ, ଦେଶର ସର୍ବଭୌମତ୍ୱ ଏବଂ ଅଖଣ୍ଡତାକୁ ଦୁର୍ବଳ କରିବା ପାଇଁ ରାହୁଲ ଗାନ୍ଧୀ ଜାଣିଶୁଣି ଏପରି କହିଛନ୍ତି। ତାଙ୍କର ଉଦ୍ଦେଶ୍ୟ ହେଉଛି ଗଣତାନ୍ତ୍ରୀକ ଭାବେ ନିର୍ବାଚିତ ସରକାରଙ୍କ ବିରୋଧରେ ଉତ୍ତେଜନା ସୃଷ୍ଟି କରି ବିଦ୍ରୋହ କରିବା।

Comments are closed.