ନୂଆଦିଲ୍ଲୀ: ଚାମ୍ପିୟନ୍ସ ଟ୍ରଫି ପୂର୍ବରୁ ଇଂଲଣ୍ଡ ବିପକ୍ଷ ଦିିନିକିଆ କ୍ରିକେଟ ସିରିଜରେ ସବୁ କିଛି ପରୀକ୍ଷଣ ପାଇଁ ଅଧିନାୟକ ରୋହିତ ଶର୍ମା ପ୍ରସ୍ତୁତ । ପ୍ରଥମ ଦିନିକିଆରେ ଭାରତ ସହଜରେ ବିଜୟ ହାସଲ କରିଥିଲେ ମଧ୍ୟ ଅନାବଶ୍ୟକ ଭାବେ କେତେକ ୱିକେଟ ହରାଇଥିଲା । ଉଭୟ ବ୍ୟାଟିଂ ଓ ବୋଲିଂରେ ଦଳ ଯେପରି ଶୃଙ୍ଖଳିତ ପ୍ରଦର୍ଶନ କରିବ ସେଥିପ୍ରତି ବିଶେଷ ଧ୍ୟାନ ଦିଆଯିବ ବୋଲି ହିଟମ୍ୟାନ କହିଛନ୍ତି । ଦିନିକିଆ କ୍ରିକେଟରେ ମ୍ୟାଚକୁ ପ୍ରତ୍ୟାବର୍ତନ କରିବା ପାଇଁ ପର୍ଯ୍ୟାପ୍ତ ସମୟ ରହିଥାଏ । ରଣନୀତିରେ ସାମାନ୍ୟ ବିଫଳ ହେଲେ ବିପକ୍ଷ ଦଳ ମ୍ୟାଚ ହାତ ମୁଠାକୁ ନେଇପାରିବ ।
ଏହି ଅବସରରେ ଅଲରାଉଣ୍ଡର ଅକ୍ଷର ପଟେଲଙ୍କ ପ୍ରଦର୍ଶନକୁ ରୋହିତ ଭୂୟସୀ ପ୍ରଶଂସା କରିଛନ୍ତି । ଅକ୍ଷର ୪୭ ବଲରେ ୫୨ ରନର ଇନିଂସ ଖେଳିଥିଲେ । ଆମକୁ ମଧ୍ୟକ୍ରମରେ ଏକ ବାମହାତୀ ବ୍ୟାଟ୍ସମ୍ୟାନର ଆବଶ୍ୟକତା ରହିଥିଲା । ଅକ୍ଷର ଏହି କାର୍ଯ୍ୟ ସୁଚାରୁରୂପେ ତୁଲାଉଛନ୍ତି । ଏହା ବ୍ୟତୀତ ବୋଲିଂରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଉଛନ୍ତି । ରୋହିତ ଅବଶ୍ୟ ତାଙ୍କ ଫର୍ମ ସମ୍ପର୍କରେ କିଛି କହି ନ ଥିଲେ । ସେହିପରି ବିରାଟ କୋହଲି ଦ୍ୱିତୀୟ ଦିନିକିଆରେ ଖେଳିବେ କି ନାହିଁ ତାହା ମଧ୍ୟ ସ୍ପଷ୍ଟ କରି ନାହାନ୍ତି ।
Comments are closed.