Latest Odisha News

BREAKING NEWS

ପୁଣି ମହାକୁମ୍ଭରେ ଅଗ୍ନିକାଣ୍ଡ, ସେକ୍ଟର- ୧୮ ଟେଣ୍ଟରେ ଲାଗିଲା ନିଆଁ

ପ୍ରୟାଗରାଜ: ପୁଣି ପ୍ରୟାଗରାଜ ମହାକୁମ୍ଭରେ ଅଘଟଣ । ସେକ୍ଟର ୧୮ ଶଙ୍କରାଚାର୍ଯ୍ୟ ମାର୍ଗରେ ଭୟାବହ ଅଗ୍ନିକାଣ୍ତ ଘଟିଥିବା ନେଇ ସୂଚନା ରହିଛି। ଖବର ମିଳିବା ପରେ ଦମକଳ ଗାଡି ଘଟଣା ସ୍ଥଳରେ ପହଞ୍ଚିଛି ଓ ନିଆଁକୁ ଆୟତ୍ତ କରିଛି । ତେବେ ଟେଣ୍ଟରେ ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି ।

ପୋଲିସ ଅଧିକାରୀଙ୍କ ସୂଚନା ଅନୁସାରେ, ନିଆଁ ଲାଗିବାର କିଛି ସମୟ ମଧ୍ୟରେ ଏହାକୁ ନିୟନ୍ତ୍ରଣ କରାଯାଇଥିଲା। ଏହି ଅଗ୍ନିକାଣ୍ତରେ କୌଣସି ଜନ ଜୀବନହାନି ହୋଇନାହିଁ। ଅଗ୍ନିକାଣ୍ଡର କାରଣ ବର୍ତ୍ତମାନ ଅସ୍ପଷ୍ଟ ରହିଛି ।

https://x.com/ANI/status/1887736723431694389

ସୂଚନାଥାଉକି, ସେକ୍ଟର ୧୮ର ଯେଉଁ ସ୍ଥାନରେ ଅଗ୍ନିକାଣ୍ଡ ଘଟିଥିଲା ସେଠାରେ ବହୁ ସଂଖ୍ୟକ ସାଧୁସନ୍ଥ ବସବାସ କରନ୍ତି । ସେକ୍ଟର ୧୭ ଓ ୧୮ ଜନଗହଳିପୂର୍ଣ୍ଣ ରାସ୍ତା ହୋଇଥିବାରୁ ନିଆଁ ଲାଗିବା ଯୋଗୁଁ ସେହି ରାସ୍ତାକୁ ସିଲ୍‌ କରି ଦିଆଯାଇଛି । କୌଣସି ଅଘଟଣ ଘଟିବା ଆଶଙ୍କାରେ ଏପରି ନିଷ୍ପତ୍ତି ନିଆଯାଇଛି। ସେକ୍ଟର ୧୮ରେ ୩୦୦ ଟେଣ୍ଟ ଥିବା ସୂଚନା ରହିଛି।

ଏହା ଅଗ୍ନିକାଣ୍ଡର ତୃତୀୟ ଘଟଣା ବୋଲି କୁହାଯାଉଛି। ଏହାପୂର୍ବରୁ ମହାକୁମ୍ଭରେ ଜାନୁଆରୀ ୩୦ତାରିଖରେ  ସେକ୍ଟର -୨୨ ରେ ଅନେକ ଟେଣ୍ଟରେ ନିଆଁ ଲାଗିଯାଇଥିଲା। ଏଥିରେ ୧୫ଟି ଟେଣ୍ଟ୍ ଜଳି ପାଉଁଶ ହୋଇଯାଇଥିଲା । ସେହିପରି ଜାନୁଆରୀ ୧୯ ତାରିଖରେ ପ୍ରୟାଗରାଜ ମହାକୁମ୍ଭରେ ନିଆଁ ଲାଗିଯାଇଥିଲା। ଟେଣ୍ଟରେ ରଖା ହୋଇଥିବା ସିଲିଣ୍ଡରରେ ବିସ୍ଫୋରଣ ହେବା ପରେ ନିଆଁ ଲାଗିଥିଲା ।

Comments are closed.