Latest Odisha News

BREAKING NEWS

ମୋ ବସ୍ ଦୁର୍ଘଟଣା ମାମଲା: ପରିବା ବୋଝେଇ ଲୁନା ଚାଳକଙ୍କର ଭୁଲ ଥିବା କହିଲା କ୍ରୁଟ

କଟକ: ଶୁକ୍ରବାର ସକାଳେ କଟକ ଖାନନଗର ମଲାଚଣ୍ଡିଆ ଟ୍ରାଫିକ୍‌ ଛକରେ ମୋ ବସ ସହ ଏକ ପରିବା ବ୍ୟବସାୟର ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣାରେ ପରିବା ବ୍ୟବସାୟୀ ଆହତ ହୋଇଥିବା ବେଳେ ତାଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହି ଦୁର୍ଘଟଣା ପରେ ଘଟଣାସ୍ଥଳରେ ଚାପା ଉତ୍ତେଜନା ଦେଖାଦେଇଥିଲା। ଏହି ଘଟଣାକୁ ନେଇ କ୍ରୁଟ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି। ସୋସିଆଲ ମିଡିଆରେ ଏକ୍ସରେ ପୋଷ୍ଟ କରି ମୋ ବସର କୌଣସି ଭୁଲ ନଥିବା କୁହାଯାଇଛି।

କୃଟ ପକ୍ଷରୁ ପୋଷ୍ଟ କରାଯାଇଥିବା ସୂଚନା ଅନୁସାରେ, କଟକ ଖାନନଗରରେ ମୋ ବସ୍‌ ସହିତ ଏକ ଲୁନାର ଦୁର୍ଘଟଣାକୁ ନେଇ ପ୍ରକାଶ ପାଇଥିବା ଖବରର ସିସିଟିଭି ଫୁଟେଜ୍‌ ସାମ୍ନାକୁ ଆସିଛି। ଯେଉଁଥିରୁ ସ୍ପଷ୍ଟ ଜଣାପଡ଼ୁଛି ଯେ, ପରିବା ବୋଝେଇ ଲୁନା ଦ୍ରୁତ ଗତିରେ ଆସି ନିଜର ଭାରସାମ୍ୟ ହରାଇ ନିଜେ ମୋ ବସ୍ ସହିତ ମାଡ଼ ହୋଇ ଦୁର୍ଘଟଣାର ଶିକାର ହୋଇଛନ୍ତି।

ସୂଚନା ଅନୁଯାୟୀ, ସକାଳ ପ୍ରାୟ ୬.୩୦ ସମୟରେ ଏହି ଦୁର୍ଘଟଣା ଘଟିଥିଲା ​​ଯେତେବେଳେ ପୀଡିତ ବିକାଶ ସ୍ୱାଇଁ ପନିପରିବା ବୋଝେଇ କରି ଭୁବନେଶ୍ୱରକୁ ଲୁନା ଗାଡି ଯୋଗେ ଯାଉଥିଲେ। ତେବେ ଏହି ଦୁର୍ଘଟଣାରେ ତାଙ୍କ ଗୋଡ ଏବଂ ମୁଣ୍ଡରେ ଆଘାତ ଲାଗିଥିଲା। ତାଙ୍କୁ ରାସ୍ତା ଦେଇ ଯାଉଥିବା ଲୋକମାନେ ଉଦ୍ଧାର କରିଥିଲେ, ଏବଂ ପରେ ତାଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

Comments are closed.