Latest Odisha News

ଖେଳ ପରିଚାଳନାରେ ବିଭ୍ରାଟ; କ୍ରୀଡା ମନ୍ତ୍ରୀଙ୍କ ଇସ୍ତଫା ଦାବି କଲା ଆପ୍

ଭୁବନେଶ୍ବର: ଗତକାଲି ବାରବାଟୀ ଷ୍ଟାଡିୟମରେ ଖେଳାଯାଇଥିବା କ୍ରିକେଟ୍ ମ୍ୟାଚ ଅବସରରେ ଫ୍ଲଡ୍ ଲାଇଟ୍ ଅଚଳ ଯୋଗୁଁ ଦୀର୍ଘ ୨୬ ମିନିଟ୍ ଧରି ଖେଳ ବନ୍ଦ ରହିବା ଘଟଣାରେ କ୍ରୀଡା ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି ରାଜ୍ୟ ଆମ ଆଦମୀ ପାର୍ଟି । ଦଳ ପକ୍ଷରୁ କୁହାଯାଇଛି ଯେ, ଓସିଏ ଏବଂ କ୍ରୀଡା ବିଭାଗର ପ୍ରସ୍ତୁତି ଓ ପରିଚାଳନାଗତ ତ୍ରୁଟିକୁ ବିଧିବଦ୍ଧ ଟିମ୍ ଗଠନ କରି ସପ୍ତାହ ମଧ୍ୟରେ ଅନୁସନ୍ଧାନ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଅନ୍ତୁ ।

ଏହା ସହ ଟିକେଟ ବିକ୍ରିଠାରୁ ଦୁଇ ଗୁଣା ପାସ୍ ବଣ୍ଟନ ଏବଂ ଟିକେଟ ବ୍ଲାକ୍ ଜରିଆରେ ଆର୍ଥିକ ଅନିୟମିତତା କରିଥିବା ନ୍ୟସ୍ତ ସ୍ୱାର୍ଥ ବ୍ୟକ୍ତିଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆଦେଶ ପ୍ରଦାନ କରନ୍ତୁ । ଖେଳପ୍ରେମୀଙ୍କର ଉତ୍ସାହ ଓ ମୂଲ୍ୟବାନ ସମୟକୁ ନଷ୍ଟ କରିଥିବାରୁ ଓସିଏ ସମସ୍ତ ଦର୍ଶକଙ୍କର ଟିକେଟ ପଇସା ଫେରସ୍ତ କରିବାକୁ ନିର୍ଦ୍ଦେଶ ପ୍ରଦାନ କରନ୍ତୁ ବୋଲି ଦଳ ପକ୍ଷରୁ ଦାବି ହୋଇଛି ।

ରାଜ୍ୟ ଆମ ଆଦମୀ ପାର୍ଟି ମୁଖ୍ୟ ପ୍ରବକ୍ତା ଶ୍ରୀ ଲଳିତ ମୋହନ ଦାସଅଧିକାରୀ କହିଛନ୍ତି ଯେ, ଖେଳ ମଝିରେ ଫ୍ଲଡ୍ ଲାଇଟ୍ ଅଚଳ ହୋଇଯିବା ଓଡ଼ିଶାର ଅଗଣିତ ଖେଳପ୍ରେମୀଙ୍କୁ ନିରାଶ କରିନି ବରଂ ଓଡ଼ିଶାର ସ୍ୱାଭିମାନକୁ ବିଶ୍ଵ ଦରବାରରେ ନିନ୍ଦିତ ଓ ଅପମାନିତ କରିଛି । ୫ ବର୍ଷର ଦୀର୍ଘ ପ୍ରତୀକ୍ଷାର ଅନ୍ତ ଘଟାଇ ଓଡ଼ିଶାବାସୀଙ୍କ ଭାଗ୍ୟରେ ଗୋଟିଏ କ୍ରିକେଟ୍ ମ୍ୟାଚର ଆୟୋଜନ ଖବରଟି ଓଡ଼ିଶାବାସୀଙ୍କୁ ଯେତିକି ଆହ୍ଲାଦିତ କରିଥିଲା ଗତକାଲିର ନିନ୍ଦିତ ଘଟଣାଟି ସେମାନଙ୍କ ମନ ଓ ପ୍ରାଣକୁ ଅଶେଷ ଆଘାତ ପ୍ରଦାନ କରିଥିବା କହିଛି ରାଜ୍ୟ ଆମ ଆଦମୀ ପାର୍ଟି । ଯାହାକୁ ନେଇ ଦଳ ପକ୍ଷରୁ କ୍ରୀଡା ମନ୍ତ୍ରୀଙ୍କ ଇସ୍ତଫା ଦାବି କରାଯାଇଛି ।

Comments are closed.