Latest Odisha News

BREAKING NEWS

ସ୍ପପ୍ନ ହୋଇଗଲା ଏଲନ ମସ୍କଙ୍କ ‘ଓପନ୍ ଏଆଇ’ କିଣା

ନୂଆଦିଲ୍ଲୀ: ଅଧା ରହିଗଲା ମସ୍କଙ୍କ ଓପନ୍ ଏଆଇ କିଣା ସ୍ବପ୍ନ । ସିଧା ସିଧା ମୁହ୍ଁରେ ପ୍ରସ୍ତାବକୁ ଏଡାଇ ଦେଲେ ମାଲିକ ସାମ୍ ଅଲ୍ଟମ୍ୟାନ୍ । ଦିନେ ଓପନ ଏଆଇ ବିରୁଦ୍ଧରେ ମାମଲା ରୁଜୁ କରିଥିଲେ, ହେଲେ ଏବେ ଟେସଲାର ସିଇଓ ଏଲନ୍ ମସ୍କ ସେଇ ଓପନ୍ ଏଆଇକୁ କିଣିବାକୁ ମନସ୍ଥ କରିଛନ୍ତି । ହେଲେ ସୂତ୍ରରୁ ଜଣାପଡିଛି, ତାଙ୍କ ଇଚ୍ଛା ଇଚ୍ଛା ହିଁ ରହିଯାଇଛି ।

ରିପୋର୍ଟରୁ ଜଣାପଡିଛି ଯେ, ଏଥିପାଇଁ କାଳେ ମସ୍କ କିଛି ନିବେଶକଙତ୍କ ସହ ମିଶି  ଓପନ ଏଆଇ ସିଇଓଙ୍କୁ ୯୭ ବିଲିୟନ୍ ଡଲାର ବଦଳରେ  ଓପନ ଏଆଇକୁ କିଣିବାକୁ ପ୍ରସ୍ତାବ ଦେଇଥିଲେ । କିନ୍ତୁ ଓପନ ଏଆଇ ସିଇଓ ସାମ୍ ଅଲ୍ଟମ୍ୟାନ ତାଙ୍କ ପ୍ରସ୍ତାବକୁ ସିଧା ସିଧା ପ୍ରତ୍ୟାଖାନ କରିଛନ୍ତି । କହିଛନ୍ତି, ନାହିଁ ଧନ୍ୟବାଦ ।  କିନ୍ତୁ ଯଦି ଆପଣ ଚାହାନ୍ତି, ତେବେ ଆମେ ୯.୭୪ ବିଲିୟନ୍‌ରେ ଏକ୍ସକୁ କିଣିବାକୁ ଚାହିଁବୁ, ବୋଲି କହି କଟାକ୍ଷ କରିଛନ୍ତି ।’

ତେବେ କହିରଖୁଛୁ, ୨୦୨୪ ମସିହାରେ ଦୁଇଥର ‘ଓପନ୍‌ ଏଆଇ’ ବିରୋଧରେ ମାମଲା ରୁଜୁ କରିବା ପରେ ମସ୍କ ଏହି ପ୍ରସ୍ତାବ ଦେଇଛନ୍ତି । ମସ୍କ ‘ଓପନ୍‌ ଏଆଇ’ ବିରୋଧରେ ପ୍ରଥମେ ୨୦୨୪ ମସିହା ଜୁଲାଇ ମାସରେ ଅଭିଯୋଗ ଆଣିଥିଲେ ଯେ କମ୍ପାନିର ପ୍ରତିଷ୍ଠାତା ନୀତିରୁ ବାହାରକୁ ଯାଉଛନ୍ତି। କମ୍ପାନି ଅଧିକ ବାଣିଜ୍ୟିକ ଲାଭ ବା କର୍ପୋରେଟ୍ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଭିନ୍ନ ଏକ ଦିଗରେ ଗତି କରୁଛି, ଯାହାକି ପ୍ରତିଷ୍ଠାନର ନୀତି ବିରୋଧୀ କାମ । ଏହାପରେ ପୁଣି ଥରେ ଗତ ଅଗଷ୍ଟରେ ମାମଲା ରୁଜ୍ୁ କରି କମ୍ପାନି ଉପରେ ରାକେଟିଙ୍ଗରେ ଲିପ୍ତ ଥିବାର ମଧ୍ୟ ଅଭିଯୋଗ ଆଣିଥିଲେ।

Comments are closed.