Latest Odisha News

BREAKING NEWS

ହଗ୍ ଡେ: ମାନସିକ ଚାପ ହ୍ରାସ କରେ ହଗ୍…

ଭୁବନେଶ୍ଵର: ବିନା ଶବ୍ଦର ପ୍ରେମର ଭାବନାକୁ ପରିପ୍ରକାଶ କରେ ଆଲିଙ୍ଗନ । ଭାଲେଣ୍ଟାଇନ୍ ସପ୍ତାହର ଷଷ୍ଠ ଦିନକୁ ହଗ୍ ଡେ ଭାବେ ପାଳନ କରାଯାଏ । ହଗ୍‌ର ଅର୍ଥ ହେଉଛି ପ୍ରେମରେ ଆଲିଙ୍ଗନ । କୁହାଯାଏ ପ୍ରେମରେ ଆଲିଙ୍ଗନ ଯାଦୁ ଭଳି କାର୍ଯ୍ୟ କରିଥାଏ । ଆଲିଙ୍ଗନ ଦ୍ବାରା ମନର ଭାବନାକୁ ବିନା ଶବ୍ଦରେ ନିଜ ଜୀବନ ସାଥୀ ନିରକଟରେ ପହଞ୍ଚିବାରେ ସଫଳ ହୋଇଥାଏ । ଜୀବନରେ ଅନ୍ୟ ଲୋକର ଭୂମିକା କେତେ ଗୁରୁତ୍ବପୂର୍ଣ୍ଣ ତାହା କେବଳ ଏକ ଆଲିଙ୍ଗନ ଦ୍ବାରା ଅନୁଭବ ହୋଇଥାଏ । ସ୍ପର୍ଶ ମାଧ୍ୟମରେ ପ୍ରେମ ପ୍ରକାଶ କରିବା ଏକ ସୁନ୍ଦର ଉପାୟ ।

ତେବେ ଆଲିଙ୍ଗନ କେବଳ ପ୍ରେମୀଯୋଡ଼ାଙ୍କ ଭଲ ପାଇବା ତଥା ଆବେଗକୁ ପରିପ୍ରକାଶ କରେ ନାହିଁ। ଏହାଦ୍ୱାରା ଶରୀରର ବହୁ ଉପକାର ହୋଇଥାଏ। ଏହାଦ୍ୱାରା ମାନସିକ ଚାପ ହ୍ରାସ ପାଇବା ସହିତ ହାର୍ଟ ଆଟାକ୍‌ ସମସ୍ୟାରୁ ମୁକ୍ତି ମିଳିଥାଏ। ତେଣୁ ଏହାକୁ ଚିକିତ୍ସା ବିଜ୍ଞାନରେ ଆଲିଙ୍ଗନ ଥେରାପି କୁହାଯାଇଥାଏ। ଆଲିଙ୍ଗନ ସମୟରେ ଶରୀରରୁ ଅକ୍ସିଟୋସିନ୍‌ ନାମକ ହରମୋନ୍‌ କ୍ଷରଣ ହୋଇଥାଏ। ଏହାଦ୍ୱାରା ମା-ପିଲା, ସ୍ତ୍ରୀ-ସ୍ବାମୀ, ଭଉଣୀ ଭାଇ ତଥା ପ୍ରେମୀଯୁଗଳଙ୍କ ମଧ୍ୟରେ ସମ୍ପର୍କ ହୋଇଥାଏ ସୁଦୃଢ। ଆଲିଙ୍ଗନ ସମୟରେ ଶରୀର ଓ ମନରେ ଖୁସିର ଲହରୀ ଖେଳିଯାଇଥାଏ।

ଏହାଦ୍ୱାରା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଏ । ଶରୀରର କୌଣସି ଅଙ୍ଗରେ ଯନ୍ତ୍ରଣା ହେଲେ ମସାଜ୍‌ କରିବାକୁ ପରାମର୍ଶ ଦିଆଯାଇଥାଏ । ଏହାଦ୍ୱାରା ଆରାମ ଲାଗିଥାଏ । ସେହିପରି ମାନସିକସ୍ତରରେ ଯନ୍ତ୍ରଣା ଭୋଗୁଥିଲେ ଏକ ସ୍ନେହପୂର୍ଣ୍ଣ ଆଲିଙ୍ଗନ ମସାଜ୍‌ ପରି କାମ କରେ । ଦାମ୍ପତ୍ୟ ଜୀବନରେ ଆଲିଙ୍ଗନର ବିଶେଷ ମହତ୍ତ୍ୱ ରହିଛି । ନିବିଡ଼ ଆଲିଙ୍ଗନ ଦାମ୍ପତ୍ୟ ସମ୍ପର୍କର ସମସ୍ତ ଦ୍ୱିଧାବୋଧକୁ ନିମିଷକେ ଦୂର କରିଦେଇଥାଏ। ତେଣୁ ଆଲିଙ୍ଗନ ଦିବସରେ ମନଖୋଲି ନିଜର ସାଥୀଙ୍କୁ କରନ୍ତୁ ଆଲିଙ୍ଗନ।

Comments are closed.