Latest Odisha News

BREAKING NEWS

ରାତି ୧୦ଟାରେ ଲିଙ୍ଗରାଜ ମନ୍ଦିରରେ ଉଠିବ ମହାଦୀପ

ଭୁବନେଶ୍ୱର: ପାଖେଇ ଆସୁଛି ପବିତ୍ର ଶିବରାତ୍ରୀ ତଥା ଜାଗର । ଚଳିତବର୍ଷ ଫେବୃଆରୀ ୨୬ ତାରିଖରେ ପଡୁଛି ଜାଗର । ମହା ଆଡମ୍ବରରେ ପାଳନ କରିବାନେଇ ଏବେ ଠାରୁ ପ୍ରାୟ ସମସ୍ତ ଶୈବ ପୀଠରେ ଜାଗର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ।

ତେବେ ମହାଶିବରାତ୍ରୀ ନେଇ ମଙ୍ଗଳବାର ଲିଙ୍ଗରାଜ ମନ୍ଦିର କାର୍ଯ୍ୟାଳୟରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ ଲିଙ୍ଗରାଜ ମନ୍ଦିରରେ ରାତି ୧୦ଟାରେ ମହାଦୀପ ଉଠିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି । ତାହା ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଛି ।

ବୈଠକରେ କିଭଳି ଶାନ୍ତିପୂର୍ଣ୍ଣ ଭାବେ ମହାପ୍ରଭୁ ଲିଙ୍ଗରାଜଙ୍କ ନୀତି ସମ୍ପନ୍ନ ହେବା, ଠିକ୍ ସମୟରେ ମହାଦୀପ ଉଠିବା ଉପରେ ଗୁରୁତ୍ବ ଦେବା ସହ ଟ୍ରାଫିକ୍ ସୁପରିଚାଳନା, ପାଣି ଓ ବିଦ୍ୟୁତ୍ ବ୍ୟବସ୍ଥା, ଶୃଙ୍ଖଳିତ ଦର୍ଶନ ଆଦି ବିଷୟ ଉପରେ ବ୍ୟାପକ ଆଲୋଚନା ହୋଇଥିଲା ।

ପୂର୍ବରୁ ଖୁବ୍‌ଶୀଘ୍ର ଲିଙ୍ଗରାଜ ମନ୍ଦିର ପାଇଁ ସ୍ୱତନ୍ତ୍ର ଆଇନ ଆସିବ ବୋଲି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଥିଲେ । ନୂଆ ଆଇନ ପାଇଁ କେନ୍ଦ୍ର ସରକାର ଯେଉଁ ସ୍ପଷ୍ଟୀକରଣ ମାଗିଥିଲେ, ତାହା ପ୍ରସ୍ତୁତ ହୋଇ ସାରିଛି । ଖୁବ୍‌ଶୀଘ୍ର ଲିଙ୍ଗରାଜ ମନ୍ଦିର ପାଇଁ ସ୍ୱତନ୍ତ୍ର ଆଇନ ଆସିବ । ନୀତିକାନ୍ତିଙ୍କୁ ବ୍ୟବସ୍ଥିତ କରାଇବା ପାଇଁ ଯାହା ଆବଶ୍ୟକ ସରକାର କରୁଛନ୍ତି ବୋଲି ସେ କହିଥିଲେ ।

Comments are closed.