Latest Odisha News

BREAKING NEWS

ଜୋମାଟୋରୁ ପିଜା ଅର୍ଡର କରି ଯୁବକ ହରାଇଲେ ୯୫,୦୦୦ ଟଙ୍କା

ବାଙ୍ଗାଲୁରୁ: ବାଙ୍ଗାଲୁରୁର ଏନଭି ଶେଖ ନାମକ ଜଣେ ବ୍ୟକ୍ତି ହୋମ୍ ଡେଲିଭରିଂ ସଂସ୍ଥା ‘ଜୋମାଟୋ’ରୁ ଏକ ପିଜା ଅର୍ଡର କରି ହରାଇଛନ୍ତି ପାଖାପାଖି ୯୫ ହଜାର ଟଙ୍କା ଅର୍ଥରାଶି ।

ସୂଚନାନୁଯାୟୀ, ପାଖାପାଖି ୧ ଘଣ୍ଟା ମଧ୍ୟରେ ଘରେ ପିଜା ନପହଞ୍ଚିବାରୁ ସେ ଆପରେ ଥିବା ଏକ ନଂ ଜରିଆରେ କଷ୍ଟମର କେୟାରଙ୍କ ସହ କଥା ହୋଇଥିଲେ । ପରବର୍ତ୍ତୀ ସମୟରେ ଅର୍ଡର କ୍ୟାନ୍ସଲ କରିବା ସହ ଟଙ୍କା ଫେରସ୍ତ କରିବା ପାଇଁ କହିଥିଲେ ।

ସମ୍ପୃକ୍ତ ବ୍ୟକ୍ତି ଜଣକ ଶେଖଙ୍କ ମୋବାଇଲକୁ ଏକ ମେସେଜ୍ କରିବା ସହ ଉକ୍ତ ଲିଙ୍କକୁ କ୍ଲିକ୍ କରିବାରେ ଟଙ୍କା ଫେରସ୍ତ ମିଳିଯିବ ବୋଲି କହିଥିଲେ । ପରେ ଶେଖ ତାଙ୍କ କଥାନୁଯାୟୀ ଉକ୍ତ ଲିଙ୍କକୁ କ୍ଲିକ୍ କରିଥିଲେ ।

ଏହାର କିଛି ସମୟ ପରେ ଶେଖଙ୍କ ବ୍ୟାଙ୍କ ଆକାଉଣ୍ଟରୁ ପ୍ରାୟ ୯୫ ହଜାର ଟଙ୍କା ଉଠାଯାଇଥିବା ନେଇ ଏକ ମେସେଜ୍ ମିଳିବା ପରେ ସେ ଠକେଇର ଶିକାର ହୋଇଥିବା ଜାଣିପାରିଥିଲେ ।

ତେବେ ଏନେଇ ଜୋମାଟୋ ପକ୍ଷରୁ ସଫେଇରେ କୁହାଯାଇଛି ଯେ ସେମାନେ ଅଭିଯୋଗ ସମ୍ବନ୍ଧରେ ଗ୍ରାହକଙ୍କ ସହ କଲରେ କଥା ହୋଇନଥାନ୍ତି, କେବଳ ମେସେଜରେ କଥାବାର୍ତ୍ତା କରିଥାନ୍ତି ।

ସମ୍ପୃକ୍ତ ବ୍ୟକ୍ତି ଜଣକ ନିଜ ମାଆଙ୍କ କ୍ୟାନ୍ସର ଚିକିତ୍ସା ପାଇଁ ଅର୍ଥରାଶି ସଞ୍ଚୟ କରିଥିବା ଜଣାପଡିଛି ।

Leave A Reply

Your email address will not be published.