Latest Odisha News

BREAKING NEWS

ମାଗଣା ଯୋଜନା ନେଇ ବର୍ଷିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ନିର୍ବାଚନ ପୂର୍ବରୁ ମାଗଣା ଉପହାର ତଥା ଯୋଜନା ଘୋଷଣା କରିବାକୁ ନେଇ ବୁଧବାର ଅସନ୍ତୋଷ ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ। ନିକଟରେ ହୋଇଥିବା ଦିଲ୍ଲୀ ନିର୍ବାଚନ ପୂର୍ବରୁ ଆପ, ବିଜେପି ଓ କଂଗ୍ରେସ ଲୋକଙ୍କ ପାଇଁ ଅନେକ ମାଗଣା ଯୋଜନା ଘୋଷଣା କରିଥିଲେ।

ଏନେଇ କୋର୍ଟ କହିଛନ୍ତି ଯେ ଲୋକମାନେ ମାଗଣା ରାସନ ଏବଂ ଟଙ୍କା ପାଉଥିବାରୁ ଆଉ କାମ କରିବାକୁ ଇଚ୍ଛା ପ୍ରକାଶ କରୁନାହାନ୍ତି। ଜଷ୍ଟିସ୍ ବି. ଆର.ଗଭାଇ ଏବଂ ଅଗଷ୍ଟିନ ଜର୍ଜ ମାସିହଙ୍କ ଖଣ୍ଡପୀଠ ସହରାଞ୍ଚଳରେ ବାସହୀନ ଲୋକଙ୍କୁ ଘର ପ୍ରଦାନ ସହ ଜଡିତ ଏକ ଆବେଦନର ଶୁଣାଣି କରିଥିଲେ।

ଜଷ୍ଟିସ୍ ଗଭାଇ କହିଛନ୍ତି ଯେ ଏହା ଅତ୍ଯନ୍ତ ଦୁର୍ଭାଗ୍ୟବଶତଃ।ଲୋକମାନେ କୌଣସି କାମ ନକରି ମାଗଣା ରାସନ ଏବଂ ଟଙ୍କା ପାଉଛନ୍ତି। ଏହି ମାଗଣା ଯୋଜନା ଯୋଗୁଁ ସେମାନେ କାମ କରିବାକୁ ଇଚ୍ଛୁକ ନୁହଁନ୍ତି। ସରକାର ମାଗଣା ଯୋଜନା ବଦଳରେ ଲୋକଙ୍କୁ ମୁଖ୍ୟସ୍ରୋତରେ ସାମିଲ କରିବା ଉଚିତ ଏବଂ ସେମାନଙ୍କୁ ରାଷ୍ଟ୍ରର ବିକାଶରେ ଯୋଗଦାନ ଦେବା ପାଇଁ ପ୍ରେରଣା ଦେବା ଉଚିତ।

Comments are closed.