Latest Odisha News

ବିଦେଶରେ ମେଡିକାଲ ପଢିବାକୁ ଚାହୁଁଥିଲେ ନିଟ୍ ୟୁଜି ବାଧ୍ୟତାମୂଳକ

ନୂଆଦିଲ୍ଲୀ: ପ୍ରତିବର୍ଷ ଭାରତରୁ ଏମବିବିଏସ ପଢିବାକୁ ହଜାର ହଜାର ଛାତ୍ରଛାତ୍ରୀ ବିଦେଶକୁ ଯାଇଥାନ୍ତି। ବର୍ତ୍ତମାନ ସମୟରେ ବିଦେଶରେ ପଢିବାକୁ ଚାହୁଁଥିବା ପିଲାମାନଙ୍କ ପାଇଁ ନିଟ୍ ୟୁଜି ପରୀକ୍ଷା ବାଧ୍ୟତାମୂଳକ କରାଯାଇଛି।

ତେବେ ବୁଧବାର ଦିନ ସୁପ୍ରିମକୋର୍ଟ ମେଡିକାଲ କାଉନସିଲ ଅଫ ଇଣ୍ଡିଆର ନିୟମକୁ ସମର୍ଥନ କରିଛନ୍ତି। ଯାହା ଅନୁଯାୟୀ ଯେଉଁ ଭାରତୀୟ ଛାତ୍ରଛାତ୍ରୀମାନେ ବିଦେଶରେ ଅଣ୍ଡର ଗ୍ରାଜୁଏଟ ପାଠ୍ୟକ୍ରମ ପାଇଁ ପ୍ରବେଶ କରିବାକୁ ଚାହିଁବେ ସେମାନଙ୍କ ପାଇଁ ନିଟ୍ ଯୋଗ୍ୟତା ବାଧ୍ୟତାମୂଳକ କରାଯାଇଛି। ତେବେ ଏହି ନିୟମ ୨୦୧୮ ମସିହାରେ ପ୍ରଚଳନ କରାଯାଇଥିଲା।

ସୁପ୍ରିମକୋର୍ଟରେ ବିଚାରପତି ବି.ଆର. ଗଭାଇ ଏବଂ କେ. ବିନୋଦ ଚନ୍ଦ୍ରନଙ୍କ ଖଣ୍ଡପୀଠ ଏହି ଆବେଦନର ଶୁଣାଣି କରିଥିଲେ।

Comments are closed.