Latest Odisha News

BREAKING NEWS

ଇଂଲଣ୍ଡକୁ ହରାଇଲା ଇଂଲିଶଙ୍କ ଶତକ

କରାଚୀ: ଚାମ୍ପିୟନ୍ସ ଟ୍ରଫି କ୍ରିକେଟର ଶନିବାର ଖେଳା ଯାଇଥିବା ଏକ ରୋମାଂଚକର ମୁକାବିଲାରେ ଜୋଶ ଇଂଲିଶଙ୍କ ଆକର୍ଷଣୀୟ ଶତକ ବଳରେ ଅଷ୍ଟ୍ରେଲିଆ ୫ ୱିକେଟରେ ଇଂଲଣ୍ଡକୁ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ୫୦ ଓଭରରେ ୮ ୱିକେଟ ବିନିମୟରେ ୩୫୧ ରନ କରିଥିଲା । ବେନ ଡକେଟ ଚାମ୍ପିୟନ୍ସ ଟ୍ରଫିର ସବୁଠାରୁ ବଡ ବ୍ୟକ୍ତିଗତ ସ୍କୋର ୧୬୫ ରନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜୋ ରୁଟ ୬୮ ରନର ଇନିଂସ ଖେଳିଥିଲେ । ବେନ ଡ୍ୱାରଶୁସ ସର୍ବାଧିକ ୩ଟି ୱିକେଟ ନେଇଥିବା ବେଳେ ଆଡାମ ଜାମ୍ପା ଓ ମାର୍ନସ ଲାବୁଶେନ ୨ଟି ଲେଖାଏଁ ୱିକେଟ ହାସଲ କରିଥିଲେ ।

୩୫୨ ରନର ଲକ୍ଷ୍ୟକୁ ପିଛା କରି ଅଷ୍ଟ୍ରେଲିଆ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଏହା ପରେ ଜୋଶ ଇଂଲିଶ ଓ ଆଲେକ୍ସ କ୍ୟାରୀ ଚମତ୍କାର ବ୍ୟାଟିଂ ପ୍ରଦର୍ଶନ କରି ଦଳର ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ଇଂଲିଶ ୧୨୦ଓ ଶେଷ ଭାଗରେ ଗ୍ଲେନ ମ୍ୟାକ୍ସୱେଲ ଦ୍ରୁତ ୩୨ ରନ କରି ଅପରାଜିତ ରହିଥିଲେ । କ୍ୟାରୀ ୬୯ ରନ କରିଥିଲେ । ଇଂଲଣ୍ଡ ପକ୍ଷରୁ ମାର୍କ ଉଡ, ଜୋଫ୍ରା ଆର୍ଚ୍ଚର, ବ୍ରେଡନ କାର୍ସ, ଅଡିଲ ରଶିଦ ଓ ଲିୟାମ ଲିଭିଂଷ୍ଟୋନ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ । ମ୍ୟାଚ ବିଜୟୀ ଇନିଂସ ପାଇଁ ଇଂଲିଶି ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ ।

Comments are closed.