Latest Odisha News

ପୁଣି ରାଉରକେଲାରେ ଗୁଳିକାଣ୍ଡ, ଠିକାଦାର ଗୁରୁତର

ରାଉରକେଲା: ପୁଣି ରାଉରକେଲାରେ ଫୁଟିଲା ଗୁଳି । ରାଉରକେଲା ସେକ୍ଟର-୩ ଥାନା ଅନ୍ତର୍ଗତ ସେକ୍ଟର-୪ ପୋଷ୍ଟ ଅଫିସ ନିକଟରେ ଜଣେ ଠିକାଦାରଙ୍କୁ ଗୁଳିମାଡ଼ ହୋଇଛି। ଗୁଳିମାଡ଼ କରିଥିବା ୨ଜଣ ମୁଖାପିନ୍ଧା ଦୁର୍ବୃତ୍ତ ଫେରାର ଅଛନ୍ତି। ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ବାଲି ଚାଲାଣକୁ କେନ୍ଦ୍ରକରି ଏହି ଗୁଳିମାଡ଼ ହୋଇଥିବା ଆଲୋଚନା ହେଉଛି।

ସୂଚନାଥାଉକି, ଶନିବାର ରାତି ପ୍ରାୟ ସାଢ଼େ ୮ଟା ସମୟରେ କୁଆଁରମୁଣ୍ଡା ଅଞ୍ଚଳର ବିଜୟ ଲାକ୍ରା ଓ ତାଙ୍କ ସ୍ତ୍ରୀ , ପୁଙ୍କ ସହ ଏକ କାର୍‌ ( ଓଡି୧୪ଆର୍‌/୫୫୨୬) ଯୋଗେ କୌଣସି ସ୍ଥାନକୁ ଯାଉଥିଲେ। ପୂର୍ବରୁ ଯୋଜନା କରିଥିବା ଦୁର୍ବୃତ୍ତମାନେ ସେକ୍ଟର-୪ ଡାକଘର ସମ୍ମୁଖରେ ଗୁଳିକାଣ୍ଡ କରିଥିଲେ। ଠିକାଦାର ଯୁବକଙ୍କ ବେକରେ ଗୁଳି ଲାଗିଥିବା ବେଳେ ତାଙ୍କୁ ଆଇଜିଏଚ୍‌କୁ ସ୍ଥାନାନ୍ତରିତ କରାଯାଇଛି।

ମିଳିଥିବା ସୂଚନା ଅନୁସାରେ, ୨ ଜଣ ମୁଖାପିନ୍ଧା ଦୁର୍ବୃତ୍ତ ସାମ୍ନା ପଟୁ ଏକ ବାଇକରେ ଆସି କାର୍‌ ଚାଳକ ସିଟ୍‌ ପାଖରେ ଗୁଳିମାଡ଼ କରି ଫେରାର ହୋଇଯାଇଥିଲେ। ଏହାଦ୍ବାରା କାର୍‌ଟି ପାଖରେ ଥିବା ପାଚେରିରେ ପିଟିହୋଇ ଦୁର୍ଘଟଣାଗସ୍ତ ହୋଇଥିଲା।ଗୁଳିମାଡ଼ର ଶିକାର ହୋଇଥିବା ଯୁବକ କହିଛନ୍ତି, ଦୁର୍ବୃତ୍ତମାନେ ତାଙ୍କୁ ପୂର୍ବରୁ ଧମକ ଦେଇଥିଲେ।

ସୂଚନାଥାଉକି, ଗତବର୍ଷ ଡିସେମ୍ବରରେ ୟୁଥ ହଷ୍ଟେଲ ରାଉରକେଲା ଶାଖା ପକ୍ଷରୁ ସେକ୍ଟର-୨ ସ୍ଥିତ ବିଜୁ ପଟ୍ଟନାୟକ ଛକରେ ଆୟୋଜିତ ମିନି ମାରାଥନ ଚାଲିଥିବା ବେଳେ ସେଠାରେ ସଲିଲ ସାହୁ ନାମକ ଜଣେ ଯୁବକଙ୍କୁ ଗୁଳିମାଡ଼ ହୋଇଥିଲା ।  ତାଙ୍କ ଛାତିରେ ଗୁଳି ବାଜିଥିଲା ।

Comments are closed.