Latest Odisha News

BREAKING NEWS

‘ଇଣ୍ଡିଆ ଇନ୍ ବାହାରିନ’ ମହୋତ୍ସବ, ମନମୋହିଲା ସମ୍ବଲପୁରୀ ନୃତ୍ୟ

ମାନାମା: ବାହାରିନର ରାଜଧାନୀ ମାନାମା ଠାରେ ଭାରତୀୟ ଦୂତାବାସ ତରଫରୁ ‘India in Bahrain’ ମହୋତ୍ସବର ଆୟୋଜନ କରାଯାଇଥିଲା। ଏହି ମହୋତ୍ସବରେ ମନମୋହିଛି ସମ୍ବଲପୁରୀ ନୃତ୍ୟ।

ଏଥିରେ ଭାରତର ବିଭିନ୍ନ ରାଜ୍ୟର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ବେଳେ ଯୋଗଦେଇଥିଲେ ୧୯ଟି ଭାରତୀୟ ସଂଗଠନ। ଓଡି଼ଆ ସମାଜ ‘ଓଡିଶାର ଷ୍ଟଲ’କୁ ପ୍ରତିନିଧିତ୍ୱ କରିବା ସହ ସାଂସ୍କୃତିକ କାର୍ଯ୍ୟକର୍ମରେ ମଧ୍ୟ ଅଂଶଗ୍ରହଣ କରିଥିଲେ। ଏହାବ୍ୟତୀତ ସାଂସ୍କୃତିକ କାର୍ଯ୍ୟକର୍ମରେ ମୁଖ୍ୟ ଆକର୍ଷଣ ପାଲଟିଥିଲା ସମ୍ବଲପୁରୀ ନୃତ୍ୟ। ଏହି ନୃତ୍ୟ ପରିବେଷଣ କରିଥିଲେ ବାହାରିନ ଓଡି଼ଆ ସମାଜର ମ୍ରିଆଣି ନାୟକ, ଆରାଧ୍ୟା ଜେନା, ଗୁଞ୍ଜନ ପାଲ, ଆରାଇନା ମହାନ୍ତି, ଆୟୁଷି ଦାଶ ଓ ଶିବାନସି ନାୟକ।

ଓଡି଼ଶା ଷ୍ଟଲରେ ଓଡ଼ିଶାର ବିଭିନ୍ନ ହସ୍ତଶିଳ୍ପ, ଆଦିବାସୀ ଉତ୍ପାଦ, ପାରମ୍ପରିକ ବସ୍ତ୍ର ଓ ହସ୍ତତନ୍ତ୍ରର ପ୍ରଦର୍ଶନ କରାଯାଇଥିଲା। ଏଥିରେ ଭାରତୀୟ ଦୂତାବାସର କାର୍ଯ୍ୟକର୍ତା, ସମସ୍ତ ଅତିଥି ବୃନ୍ଦ ଓ ଅନେକ ଅଣଓଡିଆ ମାନେ ହସ୍ତଶିଳ୍ପର ପ୍ରଶଂସା କରିଥିଲେ। ବାହାରିନ ଓଡିଆ ସମାଜର ଯୁଗ୍ମ ସମ୍ପାଦକ ଶାରଦା ପ୍ରସାଦ ପଟ୍ଟନାୟକ, କୋଷାଧ୍ୟକ୍ଷ ପ୍ରିୟଦତ୍ତ ରୟ, କ୍ରୀଡା ସମ୍ପାଦକ ଅମରେଶ ପଣ୍ଡା, ପୂର୍ବତନ ସାଧାରଣ ସମ୍ପାଦକ ସୌମ୍ୟଦର୍ଶି ଦାଶ ଏବଂ ବରିଷ୍ଠ ସଦସ୍ୟ କରୁଣାକର ନାୟକ ଏହି ଷ୍ଟଲର ମୁଖ୍ୟ ଆୟୋଜକ ଥିଲେ।

ଲୋକମାନେ ଓଡ଼ିଆ ଖାଦ୍ୟର ଭରପୁର ମଜା ନେଇଥିଲେ। ବିଦେଶ ମାଟିରେ ଓଡ଼ିଆର କଳା, ସଂସ୍କୃତି ଓ ପରମ୍ପରାର ପ୍ରସାର ଏବଂ ପ୍ରଚାର ପାଇଁ ନିଶ୍ଚୟ ସହାୟକ ହେବ ବୋଲି ବାହାରିନ ଓଡିଆ ସମାଜର ସମସ୍ତ ସଭ୍ଯ ଆଶା ପ୍ରକଟ କରିଛନ୍ତି। ଏଥିସହିତ ଓଡ଼ିଆ ସମାଜର ସଭାପତି ପ୍ରଭାକର ପାଢ଼ୀ, ସାଧାରଣ ସମ୍ପାଦକ ଶାନ୍ତନୁ ସେନାପତି, ସାଂସ୍କୃତିକ ସମ୍ପାଦିକା ଅଙ୍କିତା ନାୟକ, ଜନ ସମ୍ପର୍କ ସମ୍ପାଦକ ଅମରନାଥ ସୁବୁଧି, ବରିଷ୍ଠ ସଦସ୍ୟ ବିଷ୍ଣୁ ପ୍ରସାଦ ମହାନ୍ତି ସମସ୍ତ ସଦସ୍ୟ ମାନଙ୍କୁ କୃତଜ୍ଞତା ଜ୍ଞାପନ କରିଥଲେ।

ଉଲ୍ଲେଖଯୋଗ୍ୟ, ବାହାରିନରେ ଗତ ୧୮ ବର୍ଷ ଧରି ‘ବାହାରିନ ଓଡ଼ିଆ ସମାଜ’ ଶ୍ରୀଜଗନ୍ନାଥ ସଂସ୍କୃତି, ଐତିହ ଓ ହସ୍ତତନ୍ତ୍ରର ପ୍ରଚାର ପ୍ରସାର କରିଆସୁଥିବା ଜଣାପଡିଛି।

 

Comments are closed.