ଦିସପୁର: ଆସାମର ହିମନ୍ତ ସରକାର ବିଧାନସଭାରେ ପ୍ରଚଳିତ ଥିବା ଦଶନ୍ଧି ପୁରୁଣା ‘ନମାଜ ବିରତି’କୁ ପରିବର୍ତ୍ତନ କରିଦେଇଛନ୍ତି। ତେବେ ଏହି ନିଷ୍ପତ୍ତି ଗତ ବର୍ଷ ଅଗଷ୍ଟରୁ ହୋଇଥିଲା ବେଳେ ଏହାକୁ ଚଳିତ ବଜେଟ ଅଧିବେଶନରେ କାର୍ଯ୍ୟକାରୀ କରାଯାଇଛି। ବର୍ତ୍ତମାନ ଏହି ନିଷ୍ପତ୍ତିକୁ ବ୍ୟାପକ ବିରୋଧ କରାଯାଉଥିବା ଦେଖିବାକୁ ମିଳିଛି।
ଏଆଇୟୁଡିଏଫ୍ ବିଧାୟକ ରଫିକୁଲ୍ ଇସଲାମ୍ ଏହା ବିରୁଦ୍ଧରେ ଅସନ୍ତୋଷ ପ୍ରକାଶ କରି କହିଛନ୍ତି ଯେ ଏହି ନିଷ୍ପତ୍ତି କେବଳ ସଂଖ୍ୟା ଗରିଷ୍ଠତାକୁ ଆଧାର କରି ଲାଗୁ କରାଯାଇଛି। ବିଧାନସଭାରେ ପ୍ରାୟ ୩୦ ଜଣ ମୁସଲିମ ବିଧାୟକ ଅଛନ୍ତି କିନ୍ତୁ ବିଜେପି ପାଖରେ ସଂଖ୍ୟାଗରିଷ୍ଠତା ଥିବାରୁ ସେମାନେ ଏହି ନିଷ୍ପତ୍ତି ନେଇଛନ୍ତି।
ବିଧାନସଭାରେ ଗତ ଶୁକ୍ରବାର ଦିନ ଏହାର କାର୍ଯ୍ୟ ପରିଚାଳନା ନେଇ ବାଚସ୍ପତି ବିଶ୍ୱଜିତ ଦୈମାରୀ ପ୍ରସ୍ତାବକୁ କମିଟି ସମ୍ମୁଖରେ ରଖିଥିଲେ ଯାହାକୁ କମିଟି ସର୍ବସମ୍ମତିକ୍ରମେ ଗ୍ରହଣ କରିଥିଲା।
Comments are closed.