ମୁମ୍ବାଇ: ବଲିଉଡ୍ ଫିଲ୍ମ ନିର୍ମାତା ତଥା କୋରିଓଗ୍ରାଫର ଫରାହ ଖାନଙ୍କ ବିରୋଧରେ ହିନ୍ଦୁସ୍ତାନୀ ଭାଉ ନାମରେ ଜଣାଶୁଣା ବିକାଶ ପାଠକ ମାମଲା ରୁଜୁ କରିଛନ୍ତି।
ଫରାହ ଖାନ ହିନ୍ଦୁମାନଙ୍କ ପବିତ୍ର ପର୍ବ ହୋଲି ଉପରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବାରୁ ତାଙ୍କ ବିରୁଦ୍ଧରେ ଅଭିଯୋଗ ହୋଇଛି। ରିପୋର୍ଟ ଅନୁଯାୟୀ ଫେବୃଆରୀ ୨୦ ତାରିଖରେ ଟେଲିଭିଜନରେ ପ୍ରସାରିତ ଶୋ ‘ସେଲିବ୍ରିଟି ମାଷ୍ଟରସେଫ୍’ର ଏକ ଏପିସୋଡରେ ଫରାହ ହୋଲି ପର୍ବ କୁ ‘ଛପରି’ ମାନଙ୍କର ପର୍ବ କହିଥିଲେ। ଯାହା ବିରୁଦ୍ଧରେ ଶୁକ୍ରବାର ଖାର ଥାନାରେ ଏକ ଅଭିଯୋଗ ଦାଖଲ କରାଯାଇଛି।
ବିକାଶ ପାଠକ ତାଙ୍କ ଅଭିଯୋଗରେ ଦାବି କରିଛନ୍ତି ଯେ ଫରହା ଖାନଙ୍କ ଏହିଭଳି ମନ୍ତବ୍ୟ ଅତ୍ୟନ୍ତ ଅପମାନଜନକ ଓ ଏହାଧାର୍ମିକ ଭାବନାକୁ ଗଭୀର ଆଘାତ ଦେଇଛି। ଏନେଇ ତାଙ୍କ ଓକିଲ କହିଛନ୍ତି ଯେ ଫରାହ ଖାନ ହୋଲି ଭଳି ଏକ ପବିତ୍ର ପର୍ବ ପାଇଁ ଛପରୀ ଶବ୍ଦର ବ୍ୟବହାର କରିଛନ୍ତି। ଯାହା ଅତ୍ୟନ୍ତ ଅପମାନଜନକ ଅଟେ ଏବଂ ଏହାଦ୍ୱାରା ସାମ୍ପ୍ରଦାୟିକ ଉତ୍ତେଜନା ସୃଷ୍ଟି ହେବାର ସମ୍ଭାବନା ମଧ୍ଯ ରହୁଛି।
ତେବେ ଫରାହ ଖାନଙ୍କ ବିରୋଧରେ ବିଭିନ୍ନ ଧାରା ଅନୁଯାୟୀ ମାମଲା ରୁଜୁ କରାଯାଇଥିବା ଜଣାପଡିଛି।
Comments are closed.