Latest Odisha News

BREAKING NEWS

କର୍ଣ୍ଣାଟକ ଉପ ନିର୍ବାଚନ: ଆଜି ପ୍ରକାଶ ପାଇବ ଫଳାଫଳ

ବେଙ୍ଗାଲୁରୁ: କର୍ଣ୍ଣାଟକ ଉପ ନିର୍ବାଚନର ଫଳାଫଳ ସୋମବାର ଦିନ ପ୍ରକାଶ ପାଇବାକୁ ଥିବା ବେଳେ ସକାଳ ୮ଟାରୁ ଭୋଟ୍ ଗଣତି ଆରମ୍ଭ ହୋଇଛି । ଆଜିର ଏହି ଫଳାଫଳ ବିଜେପିର ୟେଦ୍ଦୁରପ୍ପା ସରକାର ପାଇଁ ଖୁବ୍ ଗୁରୁତ୍ୱପୂର୍ଣ୍ଣ ।

ଭୋଟ୍ ଗଣତି ହେଉଥିବା ୧୫ଟି ଆସନ ମଧ୍ୟରୁ ବିଜେପିକୁ ଅତିକମରେ ୬ଟି ଆସନ ଅକ୍ତିଆର କରିବାକୁ ପଡିବ । ନଚେତ୍ ୟେଦ୍ଦୁରପ୍ପା ସରକାର ଭାଙ୍ଗିଯିବାର ଆଶଙ୍କା ରହିଛି ।

ପ୍ରାପ୍ତ ସୂଚନାନୁଯାୟୀ ବର୍ତ୍ତମାନ ବିଜେପି ପାଖରେ ୧୦୫ ଜଣ ବିଧାୟକ ରହିଥିବା ବେଳେ ବହୁମତ ସାବ୍ୟସ୍ତ ପାଇଁ ଆହୁରି ୬ଟି ଆସନର ଆବଶ୍ୟକତା ରହିଛି ।

କର୍ଣ୍ଣାଟକରେ ଅନେକ ଦିନଧରି ଲାଗିରହିଥିବା ରାଜନୈତିକ କ୍ଷମତା ଲଢେଇର ପରିସମାପ୍ତି ଘଟିବାକୁ ଥିବା ବେଳେ ଏହାକୁ ନେଇ ଲୋକଙ୍କ ମଧ୍ୟରେ ଉତ୍ସୁକତା ପ୍ରକାଶ ପାଇଛି ।

Leave A Reply

Your email address will not be published.