Latest Odisha News

BREAKING NEWS

ଭୂକମ୍ପ ଝଟକାରେ ଥରିଲା ଆସାମ, ଭୟଭୀତ ଲୋକେ

ନୂଆଦିଲ୍ଲୀ: ଭୂକମ୍ପ ଝଟକାରେ ଥରିଲା ଆସାମ। ଆଜି ସକାଳୁ ସକାଳୁ ଆସାମର ମୋରିଗାଓଁ ଜିଲ୍ଲାରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୦ ରେକର୍ଡ କରାଯାଇଛି। ଏହି ଭୂକମ୍ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି କରିଛି।

ଗତ ଗୋଟିଏ ମାସରେ ୨୦ ଥରରୁ ଅଧିକ ଥର ହୋଇଛି। ପ୍ରତିଦିନ କେଉଁଠି ନା କେଉଁଠି ଭୂମିକମ୍ପର ଝଟକା ଅନୁଭୂତ ହେଉଛି। ଆସାମରେ ହୋଇଥିବା ଭୂମିକମ୍ପର କେନ୍ଦ୍ରସ୍ଥଳ ଆସାମର ମୋରିଗାଁଓ ଥିଲା ଯାହାର ଗଭୀରତା ୧୬ କିଲୋମିଟର ଥିଲା। ଆସାମ ହେଉଛି ସବୁଠାରୁ ଅଧିକ ଭୂମିକମ୍ପ ପ୍ରଭାବିତ ଅଞ୍ଚଳ।

ସେହିପରି ଗୋଟିଏ ଦିନ ପୂର୍ବରୁ ବଙ୍ଗୋପସାଗରରେ ଭୂକମ୍ପର ଝଟକା ଅନୁଭୂତ ହୋଇଥିଲା। ଏହା ଏତେ ଶକ୍ତିଶାଳୀ ଥିଲା ଯେ ଏହା କୋଲକାତା ଏବଂ ଆଖପାଖ ଅଞ୍ଚଳକୁ ଥରାଇ ଦେଇଥିଲା। ତଥାପି କୌଣସି କ୍ଷତିର ଖବର ମିଳିନାହିଁ।

Comments are closed.