Latest Odisha News

BREAKING NEWS

ଖୁବ୍ ଶୀଘ୍ର ୨ ରୁ ୩ ହେବାକୁ ଯାଉଛନ୍ତି ସିଦ୍ଧାର୍ଥ ମାଲହୋତ୍ରା ଏବଂ କିଆରା ଆଡଭାନୀ

ମୁମ୍ବାଇ: ସିଦ୍ଧାର୍ଥ ମାଲହୋତ୍ରା ଏବଂ କିଆରା ଆଡଭାନୀ ବଲିଉଡର ସବୁଠାରୁ ଲୋକପ୍ରିୟ ଯୋଡ଼ିମାନଙ୍କ ମଧ୍ୟରୁ ଜଣେ । ପ୍ରଶଂସକମାନେ ଏହି ଯୋଡ଼ିକୁ ବହୁତ ପସନ୍ଦ କରନ୍ତି। ତେବେ ସିଦ୍ଧାର୍ଥ ଏବଂ କିଆରାଙ୍କ ପ୍ରଶଂସକଙ୍କ ପାଇଁ ଆସିଛି ଏକ ଖୁସି ଖବର । ଖିବ ଶିଘ୍ର ମା’ ହେବାକୁ ଯାଉଛନ୍ତି କିଆରା । କିଆରା ଏବଂ ସିଦ୍ଧାର୍ଥଙ୍କ ଘରକୁ ଆସିବାକୁ ଯାଉଛି କୁନି ଅତିଥି । ଇନଷ୍ଟାଗ୍ରାମରେ ଏକ ପୋଷ୍ଟ କରି ଏହି ଦମ୍ପତି ତାଙ୍କ ପ୍ରଶଂସକମାନଙ୍କୁ ଏହି ଖୁସି ଖବର ସେୟାର କରିଛନ୍ତି।

କିଆରା ଏବଂ ସିଦ୍ଧାର୍ଥ ଏକ ଜଏଣ୍ଟ ପୋଷ୍ଟ ସେୟାର କରି ସେମାନେ ଅଭିଭାବକ ହେବା ନେଇ ଘୋଷଣା କରିଛନ୍ତି । ପୋଷ୍ଟରେ ଦମ୍ପତିଙ୍କ ହାତ ଦେଖିବାକୁ ମିଳିଛି ଏବଂ ସେମାନେ ଗୋଟିଏ ପିଲାର ମୋଜା ଧରିଥିବାର ଦେଖାଯାଇଛି। ଏହି ଫଟୋ ସହିତ କ୍ୟାପସନରେ ଲେଖାଯାଇଛି, “ଆମ ଜୀବନର ସବୁଠାରୁ ବଡ଼ ଉପହାର ଶୀଘ୍ର ଆସିବାକୁ ଯାଉଛି।”

କହିରଖୁଛୁ ଯେ, ୨୦୨୧ରେ କିଆରା ଏବଂ ସିଦ୍ଧାର୍ଥ ଫିଲ୍ମ ଶେର ଶାହର ସେଟରେ ପ୍ରଥମ ଥର ପାଇଁ ସାକ୍ଷାତ କରିଥିଲେ। ଏହି ଫିଲ୍ମର ସୁଟିଂ ସମୟରେ ଦୁହିଁଙ୍କ ମଧ୍ୟରେ ଘନିଷ୍ଠତା ବୃଦ୍ଧି ପାଇଥିଲା ଏବଂ ତା’ପରେ ସେମାନେ ଡେଟିଂ କରିବା ଆରମ୍ଭ କଲେ। ଏହାପରେ ୭ ଫେବୃଆରୀ, ୨୦୨୩ରେ ଜୈସଲମେରର ସୂର୍ଯ୍ୟଗଡ଼ ପ୍ୟାଲେସରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ କିଆରା ଏବଂ ସିଦ୍ଧାର୍ଥ ।

 

Comments are closed.