ବରଗଡ଼: ବ୍ୟାଙ୍କ୍ରୁ ଝାମ୍ପି ଚମ୍ପଟ୍ ବେଳେ ମାଡ଼ି ବସିଲେ ଲୋକେ । ବରଗଡ ସହରର ଏସବିଆଇ ମୁଖ୍ୟ ଶାଖାରୁ ଝାମ୍ପି ଚମ୍ପଟ୍ ମାରିଲା ବେଳେ ମାଡି ବସିଲେ ଲୋକେ । ଜଣେ ଗ୍ରାହକ ୭୭ ହଜାର ଟଙ୍କା ଜମା କରିବା ବେଳେ ଝାମ୍ପିନେଲେ । ଲୁଟେରାକୁ ଧରି ନିସ୍ତୁକ ପିଟି ପୋଲିସ ଜିମା ଦେଲେ ଲୋକେ ।
ସୂଚନା ମୁତାବକ, ବରଗଡ ଷ୍ଟେଟ ବ୍ୟାଙ୍କ ମୂଖ୍ୟ ଶାଖାରେ ଜଣେ ଯୁବକ ଟଙ୍କା ଜମା କରୁଥିବା ବେଳେ ଜଣେ ଦୁର୍ବୃତ୍ତ କୌଶଳକ୍ରମେ ଉକ୍ତ ବ୍ୟକ୍ତିଙ୍କ ଠାରୁ ସମସ୍ତ ଟଙ୍କା ଝାମ୍ପି ନେଇ ପଳାଉଥିଲା । କିନ୍ତୁ ଟଙ୍କା ଜମା କରିବାକୁ ଆସିଥିବା ବ୍ୟକ୍ତି ଜଣଙ୍କ ପାଟି କରିବାରୁ ସେଠାରେ ଉପସ୍ଥିତ ଥିବା ଲୋକମାନେ ଉକ୍ତ ଦୁର୍ବୃତ୍ତକୁ କାବୁ କରିନେଥିଲେ । ଲୁଟେରାକୁ ନିର୍ଦ୍ଧୁମ୍ ଛାଚିବା ସହ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ବରଗଡ଼ ଟାଉନ୍ ପୋଲିସ ଘଟଣା ସ୍ଥଳରେ ପହଞ୍ଚିଛି । ସେଠାରେ ପହଞ୍ଚି ସମ୍ପୃକ୍ତ ଯୁବକଙ୍କୁ ଗିରଫ କରିଛି ପୋଲିସ । ଏହା ସହ ଘଟଣାର ତଦନ୍ତ ଚଳାଇଛି ପୋଲିସ ।
Comments are closed.