ନୂଆଦିଲ୍ଲୀ: କୌଣସି ବ୍ୟକ୍ତିକୁ ପାକିସ୍ତାନୀ କହିବା କିମ୍ବା ମିଆଁ-ତିଆଁ ବୋଲି ସମ୍ବୋଧନ କରିବା ଦ୍ବାରା, ଏହା ଧାର୍ମିକ ଭାବନାକୁ କୁଠାରଘାତ କରେ ନାହିଁ, କି ଏହାକୁ ଏକ ଅପରାଧ ବୋଲି ମଧ୍ୟ ବିବେଚନା କରାଯାଏ ନାହିଁ । ହଁ ଅବଶ୍ୟ, ଏଭଳି କହିବା ଖରାପ । ଆଜି ଏକ ମାମଲାକୁ ନେଇ ଶୁଣାଣି କରିବା ପରେ, କିଛି ଏପରି ମନ୍ତବ୍ୟ ରଖିଛନ୍ତି ସୁପ୍ରିମକୋର୍ଟ ।
ବିଚାରପତି ବିଭି ନାଗରଥନା ଏବଂ ସତୀଶ ଚନ୍ଦ୍ର ଶର୍ମାଙ୍କୁ ନେଇ ଗଠିତ ସୁପ୍ରିମକୋର୍ଟ ଖଣ୍ଡପୀଠ, ଜଣେ ସରକାରୀ କର୍ମଚାରୀଙ୍କୁ ‘ପାକିସ୍ତାନୀ’ ବୋଲି କହିବା ଅଭିଯୋଗରେ, ଜଣେ ବ୍ୟକ୍ତିଙ୍କ ବିରୋଧରେ ରୁଜୁ ହୋଇଥିବା ମାମଲାର ଶୁଣାଣି କରି ଏହି ମନ୍ତବ୍ୟ ରଖିଥିଲେ । ଏହାକୁ ନେଇ ସୁପ୍ରିମକୋର୍ଟଙ୍କ ରାୟ ଅନୁସାରେ, କାହାକୁ ‘ପାକିସ୍ତାନୀ’ ବୋଲି ସମ୍ବୋଧନ କରିବା କିମ୍ବା ତାଙ୍କୁ ‘ମିଆଁ-ତିଆଁ’ ବୋଲି ଡାକିବା, ଧାର୍ମିକ ଭାବନାକୁ ଆଘାତ ଦେବା ଭଳି ଅପରାଧ ଭାବରେ ବିବେଚନାକରାଯିବ ନାହିଁ । ନିଶ୍ଚିତ ଭାବରେ, ବ୍ୟକ୍ତିଙ୍କୁ ଏଭଳି ତାତ୍ସଲ୍ୟ କରି କହିବା, ଖରାପ । ହେଲେ ଏହା ସୂଚନାଦାତାଙ୍କ ଧାର୍ମିକ ଭାବନାକୁ ଆଘାତ ଦେବା ପରି ନୁହେଁ । ତେଣୁ ଅଭିଯୁକ୍ତଙ୍କୁ ଧାରା ୨୯୮ ଆଇପିସି ଅନୁଯାୟୀ ମୁକ୍ତ କରାଯିବ ।
ତେବେ ମିଳିଥିବା ସୂଚନା ଅନୁଯାୟୀ, ଝାଡ଼ଖଣ୍ଡର ଜଣେ ଉର୍ଦ୍ଦୁ ଅନୁବାଦକ ଏବଂ କାର୍ଯ୍ୟକାରୀ କ୍ଲର୍କଙ୍କ ଦ୍ୱାରା ଏକ ଅଭିଯୋଗ ଦାଖଲ କରାଯାଇଥିଲା । ଯେଉଁଥିରେ ଅଭିଯୋଗ ହୋଇଥିଲା ଯେ, ସୂଚନା ଅଧିକାର ଆବେଦନ ବିଷୟରେ ସୂଚନା ପ୍ରଦାନ କରିବା ପାଇଁ ଗସ୍ତ ସମୟରେ, ତାଙ୍କୁ ଅଭିଯୁକ୍ତଙ୍କ ଦ୍ୱାରା ଅପମାନିତ କରାଯାଇଥିଲା । ପାକିସ୍ତାନୀ ବୋଲି ସମ୍ବୋଧନ କରିଥିଲେ ଅଭିଯୁକ୍ତ । ଯାହା ତାଙ୍କ ଧର୍ମ ବିଷୟରେ ଅପମାନଜନକ ମନ୍ତବ୍ୟ ବୋଲି ଅଭିଯୋଗ କରିଥିଲେ ଆବେଦନକାରୀ ।
Comments are closed.