Latest Odisha News

BREAKING NEWS

ଚାଞ୍ଚଲ୍ୟ: ଘରୁ ଡାକି ନେଇ ଛାତ୍ର ଉପରକୁ ଏସିଡ୍ ମାଡ଼

ଢେଙ୍କାନାଳ: ପିଲାଙ୍କ କଳିକୁ ନେଇ ତୁମୁଳକାଣ୍ଡ ପରେ ଛାତ୍ରଙ୍କୁ କଲେ ଏସିଡ୍ ମାଡ଼। ଏଭଳି ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନ୍ତର୍ଗତ ନୂଆ ଆଲୁତୁମା ଗାଁରେ।

ସୂଚନା ଅନୁସୀାରେ ଘରୁ ଡାକି ନେଇ ପଞ୍ଚମ ଶ୍ରେଣୀ ଛାତ୍ର ଉପରକୁ ଏସିଡ ମାଡ କରିଛି ଅନ୍ୟ ଏକ ଛାତ୍ର। ଗୁରୁତର ଅବସ୍ଥାରେ ଛାତ୍ର ଜଣକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ତେବେ କେଉଁ କାରଣରୁ ଜଣେ ଛାତ୍ର ଅନ୍ୟ ଛାତ୍ର ଉପରେ ଏସିଡ ମାଡ କଲେ ତାହା ସ୍ପଷ୍ଟ ଭାବେ ପଡିନାହିଁ।

ଘଟଣା ସମ୍ପର୍କରେ ପୋଲିସ ସୂଚନା ପାଇଁ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ଏତେ ସହଜରେ ଏସିଡ କେଉଁଠୁ ମିଳୁଛି ଏବଂ ତାହାକୁ ଏପରି ଅପବ୍ୟବହାର କରାଯାଉଛି ସେନେଇ ସ୍ଥାନୀୟ ଅଞ୍ଚଳରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସୂଚନା ଥାଉକି କି କିଛି ଦିନ ତଳେ ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଲକ୍ଷ୍ମୀଦାସପୁର ରାମଚନ୍ଦ୍ରପୁର ଗାଁରେ ମଧ୍ୟ ଏସିଡ ମାଡ ଘଟଣା ସାମ୍ନାକୁ ଆସିଥିଲା। ବିଳମ୍ବିତ ରାତିରେ ଜଣେ ଯୁବକଙ୍କ ଉପରକୁ ଏସିଡ୍ ମାଡ ହୋଇଥିଲା। ଯୁବକଙ୍କ ମୁହଁ ଆଖି ଓ ମୁଣ୍ଡ ପୋଡି ଯାଇଛି। ଗୁରୁତର ଅବସ୍ଥାରେ ତାଙ୍କୁ ବାସୁଦେବପୁର ଡ଼ାକ୍ତର ଖାନାରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତର ହେବାରୁ ଅଧିକ ଚିଜିତ୍ସା ପାଇଁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଥିଲା। ଏବେ ରାଜ୍ୟରେ ଏସିଡ ମାଡ ମାରିବା ମାମଲା ଅଧିକ ସାମ୍ନାକୁ ଆସୁଛି। ଯାହା ଏକ ଚିନ୍ତାର ବିଷୟ।

Comments are closed.