Latest Odisha News

BREAKING NEWS

ଇମ୍ଫା ପକ୍ଷରୁ ସୌନକ୍ ଗୁପ୍ତାଙ୍କୁ ସିଏଫଓ ଭାବେ ନିଯୁକ୍ତି ପ୍ରଦାନ

ଭୁବନେଶ୍ୱର: ଦେଶର ଅଗ୍ରଣୀ ଫେରୋ ଆଲଏଜ୍ ଉତ୍ପାଦକ କମ୍ପାନୀ ଇଣ୍ଡିଆନ୍ ମେଟାଲ୍ସ ଆଣ୍ଡ ଫେରୋ ଆଲଏଜ୍ ଲିମିଟେଡ଼ (ଇମ୍ଫା) ପକ୍ଷରୁ ଆଜି ସୌନକ୍ ଗୁପ୍ତାଙ୍କୁ କମ୍ପାନୀର ମୁଖ୍ୟ ବିତ୍ତୀୟ ଅଧିକାରୀ ଭାବେ ନିଯୁକ୍ତି ପ୍ରଦାନ କରାଯାଇଛି।

ଦୁଇ ଦଶକ ଧରି ସିଏଫଓ ଏବଂ କମ୍ପାନୀ ସଚିବ ଭାବେ ଦାୟିତ୍ଵ ତୁଲାଉଥିବା ପ୍ରେମ ଖଣ୍ଡେଲବାଲଙ୍କ କାର୍ଯ୍ୟକାଳର  ସମାପନ ପରେ କମ୍ପାନୀ ପକ୍ଷରୁ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି।

ସୌନକ୍ ଗୁପ୍ତା ଜଣେ ଯୋଗ୍ୟ ଚାଟାର୍ଡ ଆକଉଣ୍ଟାଣ୍ଟ, କମ୍ପାନୀ ସେକ୍ରେଟାରୀ ଓ କୋଷ୍ଟ ଆକାଉଣ୍ଟାଣ୍ଟ, ଯିଏକି ୨୬ ବର୍ଷରର ନିଜ କ୍ୟାରିୟରରେ ବ୍ଲୁଷ୍ଟାର, ୱିପ୍ରୋ, ବର୍ଜର ପେଣ୍ଟସ୍ ଓ ପିଡବ୍ଲୁସି ଭଳି ବିଭିନ୍ନ ବିବିଧ ଉଦ୍ୟୋଗରେ କାର୍ଯ୍ୟ କରିଛନ୍ତି। ସେ କମ୍ପାନୀର ବିଲୟ, ଅଧିଗ୍ରହଣ, ରଣନୈତିକ ଯୋଜନା ଓ ବ୍ୟାପାରର ସମ୍ପ୍ରସାରଣ ପାଇଁ ଟ୍ରେଜରି ଓ ବିତ୍ତୀୟ ନିୟୋଜନ ପ୍ରବନ୍ଧନ ସହିତ ଅନେକ କାର୍ଯ୍ୟ ସମ୍ପାଦନ କରିଛନ୍ତି। ସେ ୨୦୨୩ରେ ଡେପୁଟି ସିଏଫଓ ଭାବେ ଇମ୍ଫାରେ ଯୋଗ ଦେଇଥିବାବେଳେ ସିଏଫଓ ଭାବେ ପଦନ୍ନୋତି ପାଇବା ପୂର୍ବରୁ କମ୍ପାନୀରେ ଉଲ୍ଲେଖନୀୟ ଯୋଗଦାନ ଦେଇଥିଲେ।

ଏହି ନିଯୁକ୍ତି ଅବସରରେ କମ୍ପାନୀର ପରିଚାଳନା ନିର୍ଦ୍ଦେଶକ ଶୁଭ୍ରକାନ୍ତ ପଣ୍ଡା କହିଛନ୍ତି ଯେ, ସୌନକ୍ ବହୁତ କମ ସମୟ ମଧ୍ୟରେ ବିତ୍ତୀୟ କାର୍ଯ୍ୟରେ ନିଜର ଗୁରୁତ୍ଵପୂର୍ଣ୍ଣ ଯୋଗଦାନ ଦେବା ସହିତ ଇମ୍ଫାର ରଣନୈତିକ ପ୍ରାଥମିକତାକୁ ଆକାର ଦେବାରେ ମହତ୍ତ୍ଵପୂର୍ଣ୍ଣ ଯୋଗଦାନ କରିଛନ୍ତି। ମୁଁ ଏହି ଅବସରରେ ପ୍ରେମ ଖଣ୍ଡେଲବାଲଙ୍କ ନେତୃତ୍ୱ କୌଶଳ ଓ କମ୍ପାନୀରେ ତାଙ୍କର ଗୁରୁତ୍ଵପୂର୍ଣ୍ଣ ଯୋଗଦାନକୁ ପ୍ରଂଶସା କରୁଛି।

ସେହିପରି ଏହି ଅବସରରେ ସିଏଫଓ ସୌନକ୍ ଗୁପ୍ତା କହିଛନ୍ତି ଯେ, ଇମ୍ଫା ମଜବୁତ୍ ବାଲାନ୍ସ ସିଟ୍ ଓ ସମ୍ପ୍ରସାରିତ ଏବଂ ବିବିଧ ଯୋଜନା ସହିତ ଅଭିବୃଦ୍ଧି ପାଇଁ ପ୍ରସ୍ତୁତ ଅଛି। ଅଭିବୃଦ୍ଧି ଓ ଅଂଶିଦାରମାନଙ୍କ ଅଭିଜ୍ଞତାକୁ ସୁଗମ କରିବା ପାଇଁ ଦୀର୍ଘକାଳୀନ ରଣନୈତିକ ଯୋଜନଗୁଡ଼ିକୁ ତ୍ଵାରାନିତ୍ଵ କରିବା ଉପରେ ମୋର ବିଶେଷ ଗୁରୁତ୍ଵ ରହିବ।

 

Comments are closed.