Latest Odisha News

BREAKING NEWS

ଶ୍ବେତଗଙ୍ଗାରେ ଅଭିନେତା ଉତ୍ତମ ମହାନ୍ତିଙ୍କ ଅସ୍ଥି ବିସର୍ଜନ

ପୁରୀ: ଶ୍ବେତଗଙ୍ଗାରେ ଅଭିନେତା ଉତ୍ତମ ମହାନ୍ତିଙ୍କ ଅସ୍ଥି ବିସର୍ଜନ କଲେ ପୁଅ ବାବୁସାନ। ପରିବାରର ଉପସ୍ଥିତିରେ ପୁରୀ ଶ୍ବେତଗଙ୍ଗା ତୀର୍ଥ ପୁଷ୍କରିଣୀରେ ଅସ୍ଥି ବିସର୍ଜନ କରିବା ସହ ପରମ୍ପରା ଅନୁଯାୟୀ ପିଣ୍ଡଦାନ କରିଥିଲେ।

ଅପରପକ୍ଷରେ ଆଗାମୀ ସମୟରେ ବାବୁସାନଙ୍କ ଚଳଚ୍ଚିତ୍ର ଆସିବାକୁ ଯାଉଛି। ତେବେ ସୁଟିଂ ସରିନଥିବାରୁ ସେ ଲଣ୍ଡା ହୋଇପାରିନଥିବା ନେଇ କହିଛନ୍ତି ବାବୁଶାନଙ୍କ ମାମୁ।

ଉଲ୍ଲେଖଯୋଗ୍ୟ, ଗତ ଫେବୃଆରୀ ୨୭ ତାରିଖରେ ଗୁରୁଗାଓଁ ମେଦାନ୍ତ ହସ୍ପିଟାଲରେ ଶେଷ ନିଶ୍ଵାସ ତ୍ୟାଗ କରିଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ବୟସ ହୋଇଥିଲା । ସତ୍ୟନଗର ମଶାଣିରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଅଭିନେତା ଉତ୍ତମ ମହାନ୍ତିଙ୍କ ଶେଷକୃତ୍ୟ ସଂପନ୍ନ ହୋଇଥିଲା। ପଞ୍ଚଭୂତରେ ଲୀନ ହୋଇଥିଲେ ତାଙ୍କ ପାର୍ଥିବ ଶରୀର। ତାଙ୍କ ପୁଅ ତଥା ଅଭିନେତା ବାବୁଶାନ ମୁଖାଗ୍ନି ଦେଇଥିଲେ ।

Comments are closed.