ମୁମ୍ବାଇ: ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନା କୈଫ ପ୍ରାୟଶ୍ଚିତ ପାଇଁ ନାଗ ଦେବତାଙ୍କ ନିକଟରେ ପୂଜା କରିଛନ୍ତି । କର୍ଣ୍ଣାଟକର ସାଉଥ କନ୍ନଡ ଜିଲ୍ଲାରେ ଥିବା କୁକ୍କେ ଶ୍ରୀ ସୁବ୍ରମଣ୍ୟମ ମନ୍ଦିରରେ କ୍ୟାଟ୍ରିନା ଏହି ପୂଜାର୍ଚ୍ଚନା କରିଥିଲେ । ମଙ୍ଗଳବାରଠାରୁ ଆରମ୍ଭ ହୋଇଥିବା ଏହି ପୂଜା ବୁଧବାର ଶେଷ ହୋଇଥିଲା । କ୍ୟାଟ୍ରିନା ତାଙ୍କର କେତେକ ବନ୍ଧୁଙ୍କ ସହ ଏହି ମନ୍ଦିରରେ ସର୍ପ ସଂସ୍କାର ପୂଜା କରିଥିଲେ । ସୂଚନାଯୋଗ୍ୟ, କୌଣସି କାରଣବଶତଃ ପୂର୍ବପୂରୁଷ କିମ୍ବା ନିଜ ଦ୍ୱାରା ନାଗ ଦେବତାଙ୍କ ମୃତ୍ୟୁ ଘଟିଥାଏ ଏହି ପୂଜା କରାଯାଇଥାଏ । ପୂର୍ବ ଘଟଣା ଜଣା ନ ଥିବାରୁ ଅନେକ ଏହି ପୂଜା ମାଧ୍ୟମରେ ପ୍ରାୟଶ୍ଚିତ କରିଥାନ୍ତି ।
ପୂଜା ଶେଷ ହେବା ପରେ କ୍ୟାଟ୍ରିନା ତାଙ୍କ ମୁହଁ ସମ୍ପୂର୍ଣ୍ଣ ଭାବେ ଘୋଡେଇ ପ୍ରତ୍ୟାବର୍ତନ କରିଥିଲେ । ୪ ବର୍ଷ ତଳେ ରାଜସ୍ଥାନର ସୱାଇମାଧେପୁରରେ ଭିକ୍କି କୌଶଲ ଓ କ୍ୟାଟ୍ରିନା ବିବାହ ବନ୍ଧନାରେ ଆବଦ୍ଧ ହୋଇଥିଲେ । କିଛି ଦିନ ତଳେ କ୍ୟାଟ୍ରିନା ଗର୍ଭବତୀ ଥିବା ଖବର ପ୍ରସାରିତ ହୋଇଥିଲେ ମଧ୍ୟ ଏହା ପରେ ଗୁଜବ ଜଣା ପଡିଥିଲା । ବିଜୟ ସେତୁପତିଙ୍କ ସହ ମେରୀ କ୍ରିସମାସ କ୍ୟାଟ୍ରିନାଙ୍କ ଶେଷ ଫିଲ୍ମ ଥିଲା । ଅପରପକ୍ଷରେ ଭିକ୍କିଙ୍କ ଛାବା ବକ୍ସ ଅଫିସରେ ଇତିହାସ ସୃଷ୍ଟି କରିଛି ।
Comments are closed.