Latest Odisha News

ରାଜଧାନୀରେ ନାଗପୁର ଢାଞ୍ଚାରେ ହେବ ଏଲିଭେଟେଡ୍ କରିଡର୍

ଭୁବନେଶ୍ଵର: ରାଜଧାନୀ ଭୁବନେଶ୍ଵରରେ ନାଗପୁର ଢାଞ୍ଚାରେ ହେବ ଏଲିଭେଟେଡ୍ କରିଡର୍ । ଏନେଇ ସୂଚନା ଦେଇଛନ୍ତି ପୂର୍ତ୍ତ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ତେବେ ଜୟଦେବ ବିହାର ଛକରୁ ନନ୍ଦନକାନନ ଯାଏଁ ହେବ ଏଲିଭେଟେଡ୍ ରୋଡ୍ । ଏଥିପାଇଁ ୨୭୦୦ କୋଟି ଟଙ୍କା ବ୍ୟୟବରାଦ ହୋଇଛି । ଏପ୍ରିଲ ଶେଷ ସୁଦ୍ଧା କାମ ଆରମ୍ଭ ହେବ । ଏଥିସହ ସବୁ ଛକରେ ବାଇପାସ୍ ରୋଡ୍ ରହିବ ବୋଲି କହିଛନ୍ତି ମନ୍ତ୍ରୀ ।

ରାଜଧାନୀର ରାଜରାସ୍ତାରେ ଯିବା ଆସିବା ପାଇଁ ଆଉ ଘଣ୍ଟା ଘଣ୍ଟା ଧରି  ଅପେକ୍ଷା କରିବାକୁ ପଡ଼ିବ ନାହିଁ । ସହର ମୁଖ୍ୟ ରାସ୍ତାକୁ ଭିଡ଼ ହ୍ରାସ ଯୋଜନା (ଡିକଞ୍ଜେସନ୍‌ ପ୍ଲାନ୍‌)  ପ୍ରସ୍ତାବ ପ୍ରସ୍ତୁତ କରାଯାଇଛି ।  ସଡ଼କ ନେଟୱାର୍କକୁ ବ୍ୟାପକ  କରିବା ପାଇଁ ରାଜଧାନୀ ରାସ୍ତାର  ଉନ୍ନତୀକରଣ କାର୍ଯ୍ୟକ୍ରମ ଆରମ୍ଭ  କରାଯାଇଛି । ସେହିପରି ଜୟଦେବ ବିହାରରୁ ନନ୍ଦନକାନନ ପର୍ଯ୍ୟନ୍ତ  ଏଲିଭେଟେଡ୍‌ କରିଡର୍‌ ନିର୍ମାଣ  କରାଯିବ । ଏହା ସହିତ ବାରଙ୍ଗରୁ  ପଟିଆ ଷ୍ଟେସନ୍‌ ଛକ ତଥା ଜାତୀୟ ରାଜପଥ-୧୬ ଓ ସୁଆଙ୍ଗ ମୌଜା ଦେଇ ଜଟଣୀକୁ ସଂଯୋଗ କରୁଥିବା  କେନାଲ ବନ୍ଧ ରାସ୍ତା(ଦୟା ୱେଷ୍ଟ କେନାଲ୍‌) ର ଉନ୍ନତୀକରଣ କରାଯିବ ।

Leave A Reply

Your email address will not be published.