Latest Odisha News

BREAKING NEWS

ନ୍ୟୁଜିଲାଣ୍ଡ ବିପକ୍ଷ ୱାନଡେ ଶୃଙ୍ଖଳାରୁ ବାଦ୍ ପଡ଼ିପାରନ୍ତି ପ୍ରସିଦ୍ଧ କ୍ରିଷ୍ଣା

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ ବିପକ୍ଷରେ ଆସନ୍ତା ନଭେମ୍ବର ୪ରୁ ଆରମ୍ଭ ହେବାକୁ ଥିବା ୫ ମ୍ୟାଚ୍ ବିଶିଷ୍ଟ ୱାନଡେ (ସୀମିତ ଓଭର) ଶୃଙ୍ଖଳାରେ ଭାରତୀୟ ଦ୍ରୁତ ବୋଲର ପ୍ରସିଦ୍ଧ କ୍ରିଷ୍ଣା ଖେଳିବା ନେଇ ଆଶଙ୍କା ପ୍ରକାଶ ପାଇଛି । ବେଙ୍ଗାଲୁରୁସ୍ଥିତ  ସେଣ୍ଟର ଅଫ୍ ଏକ୍ସଲେନ୍ସ ରୁ ତାଙ୍କୁ ଏପର‌୍ୟ୍ୟନ୍ତ ସମ୍ପୂର୍ଣ୍ଣ ଫିଟନେସ୍ କ୍ଲିୟରାନ୍ସ ମିଳିନାହିଁ । ପ୍ରସିଦ୍ଧଙ୍କର ନଭେମ୍ବର ୧ ଏବଂ ୨ ତାରିଖରେ ଫିଟନେସ୍ ଟେଷ୍ଟ କରାଯିବ । ଅକ୍ଟୋବର ୨୨ରେ ହୋଇଥିବା ପ୍ରଥମ ଟେଷ୍ଟ ପରେ ପୁଣି ଥରେ ଏହି ପରୀକ୍ଷା କରାଯାଉଥିବାରୁ ପ୍ରଥମ କିଛି ୱାନଡେ ମ୍ୟାଚରେ ତାଙ୍କ ଖେଳିବା ଅନିଶ୍ଚିତ ହୋଇପଡ଼ିଛି ।

ହେଡ୍ କୋଚ୍ ଗୌତମ ଗମ୍ଭୀର ଏବଂ ଅଧିନାୟକ ଶୁଭମନ ଗିଲ୍ ପ୍ରସିଦ୍ଧଙ୍କୁ ଆଗାମୀ ଟେଷ୍ଟ ସିରିଜ୍ (ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନସିପ୍ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ) ପାଇଁ ସମ୍ପୂର୍ଣ୍ଣ ଫିଟ୍ ରଖିବାକୁ ଚାହୁଁଛନ୍ତି । ତେଣୁ ୱାନଡେ ଶୃଙ୍ଖଳାରେ ତାଙ୍କୁ ଖେଳାଇ ରିସ୍କ ନନେବାକୁ ଟିମ୍ ମ୍ୟାନେଜମେଣ୍ଟ ଯୋଜନା କରୁଛି ।  ସେପ୍ଟେମ୍ବର ୩୦ରେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦ୍ୱିତୀୟ ୱାନଡେ ମ୍ୟାଚ୍ ସମୟରେ ପ୍ରସିଦ୍ଧ ହାମ୍‌ଷ୍ଟ୍ରିଙ୍ଗର ଶିକାର ହୋଇଥିଲେ ଏବଂ ସେବେଠାରୁ ସେ  ରିହ୍ୟାବିଲିଟେସନ୍‌ରେ ଅଛନ୍ତି । ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ୨ଟି ଟେଷ୍ଟ ମ୍ୟାଚ୍ ବିଶିଷ୍ଟ ସିରିଜ୍ ନଭେମ୍ବର ୧୯ରୁ (ୱେଲିଂଟନ) ଏବଂ ନଭେମ୍ବର ୨୭ରୁ (କ୍ରାଇଷ୍ଟଚର୍ଚ୍ଚ) ଆରମ୍ଭ ହେବ ।

Leave A Reply

Your email address will not be published.