Latest Odisha News

BREAKING NEWS

ଚଳ ଚଞ୍ଚଳ ଓଡିଆ ସିନେଜଗତ, ବକ୍ସ ଅଫିସରେ ଧମାଲ କରୁଛି ‘ଘମାଘୋଟ’

ଭୁବନେଶ୍ଵର: ଅନେକ ପତନ ପରେ ଏବେ ପୁଣି ଉତଥାନ ଆଡକୁ ମୁହାଁଉଛି ଓଡିଆ ସିନେ ଜଗତ । ବିଗତ ଦିନରେ ଭଲ ଭଲ କାହାଣୀକୁ ନେଇ ଅନେକ ଫିଲ୍ମ ରିଲିଜ ହୋଇଛି। ଯାହା ସିନେ ପ୍ରେମିଙ୍କ ମନକୁ ଛୁଇଁବା ସହିତ ବକ୍ସ ଅଫିସରେ ମଧ୍ୟ ଭଲ ବ୍ୟବସାୟ କରିଛି । ଏହି ଧାରାରେ ଏବେ ଫିଲ୍ମ ପାଇଁ ନିଚ୍ଛକ କାହାଣୀ ଓ ବାସ୍ତବବାଦୀ ବିଷୟବସ୍ତୁକୁ ଧ୍ୟାନ ଦିଆଯାଉଛି । ଏହାରି ଭିତରେ ପ୍ରେକ୍ଷାଳୟରେ ରିଲିଜ ହୋଇଛି ଓଡିଆ ଫିଲ୍ମ ‘ଘମାଘୋଟ’ ।

ବର୍ତ୍ତମାନ ଖୁବ ଚଳ ଚଞ୍ଚଳ ଓଡିଆ ସିନେଜଗତ । ଗତ ୧୩ ତାରିଖରେ ଫିଲ୍ମଟି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା । ଓଡ଼ିଶାର ୪୫ଟି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା ଫିଲ୍ମ । ଏହି ଫିଲ୍ଲଟି ଆକ୍ସନ ଫିଲ୍ଲରେ ଭରପୁର ରହିଛି । ବିଗତ ଦିନର ଫିଲ୍ଲକୁ ନେଇ ଏହି ଆକ୍ସନ ଫିଲ୍ଲଟି ନିର୍ମିତ ହୋଇଛି । ଏହା ବକ୍ସ ଅଫିସରେ ଭଲ ବ୍ୟବସାୟ ମଧ୍ୟ ଦେବା ନେଇ ପ୍ରଯୋଜକ ଆଶା ରଖିଛନ୍ତି । ତେବେ ଫିଲ୍ମକୁ ନେଇ ନିର୍ମାତା ଖୁବ ଆଶାବାଦୀ ରହିଛନ୍ତି ଓ ଏହି ଫିଲ୍ମର କାହାଣୀ ଓ ବିଷୟବସ୍ତୁ ପ୍ରତ୍ୟେକ ଓଡ଼ିଆଙ୍କ ମନକୁ ଛୁଇଁବ ବୋଲି ଆଶା ରଖିଛନ୍ତି ଫିଲ୍ମ ନିର୍ମାତା

ଅନେକ ଦିନରୁ ଚର୍ଚ୍ଚାରେ ଥିବା ଫିଲ୍ମ ‘ଘମାଘୋଟ’ ରେ ଭରି ରହିଛି ଧମାକାଦାର ଆକ୍ସନ ସହିତ ଦମଦାର କାହାଣୀ । ତେବେ ଏହି ଫିଲ୍ମରେ ରାଜା ଡି ନିର୍ଦ୍ଦେଶନା ଦେଇଥିବା ବେଳେ ପ୍ରଯୋଜନା ଭାର ସମ୍ଭାଳିଛନ୍ତି କୌଶିକ ଦାସ୍ ଓ ରାମ ପଟ୍ଟନାୟକ । ସହ ପ୍ରଯୋଜନାରେ ଅଛନ୍ତି କୌସ୍ତବ ଦାସ୍ । ଫିଲ୍ମରେ ପ୍ରଥମ ଥର ପାଇଁ ଅନେକ ଷ୍ଟାରକାଷ୍ଟଙ୍କୁ ସୁଯୋଗ ମିଳିଛି । ଯେଉଁଥିରେ ସନୋଜ ପଣ୍ଡା, ଅଭିଷେକ ପଣ୍ଡା,ସନ୍ଦୀପ ମିଶ୍ର, ତପି ମିଶ୍ର, ଆକାଶ ହୋତା, ଆକାଶ ରାଉତ, ଶୈଳେନ୍ଦ୍ର ସାମନ୍ତରାୟ, କ୍ରିଷ୍ଣା କର, ରାଜେଶ ପଣ୍ଡା, ଜୋଣ୍ଟି, ଏମୋନ ପ୍ରଧାନ ଓ ବିଭାସ ରହିଛନ୍ତି।

Comments are closed.