Latest Odisha News

BREAKING NEWS

ରତ୍ନ ଭଣ୍ଡାର କମିଶନଙ୍କ ରିପୋର୍ଟ ଉପରେ ସ୍ପଷ୍ଟୀକରଣ ମାଗିଲେ ହାଇକୋର୍ଟ

କଟକ: ରତ୍ନ ଭଣ୍ଡାର କମିଶନଙ୍କ ରିପୋର୍ଟ ଉପରେ ସ୍ପଷ୍ଟୀକରଣ ରଖିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ହାଇକୋର୍ଟରେ ହୋଇଥିବା ଜନସ୍ୱାର୍ଥ ମାମଲାର ଆଜି ଶୁଣାଣି ହୋଇଛି । ଉଭୟ ରତ୍ନଭଣ୍ଡାର ଚାବି ହଜିବା ଏବଂ କମିଶନଙ୍କ ରିପୋର୍ଟ ସାର୍ବଜନୀନ ପ୍ରସଙ୍ଗରେ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି । ତେଣୁ ଏହା ଉପରେ ସ୍ପଷ୍ଟୀକରଣ ରଖିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ ।

ଓଡିଶା ହାଇକୋର୍ଟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଦାଖଲ ହୋଇଥିବା ୨୦୨୪ ଜାନୁଆରୀ ୨୯ ସତ୍ୟପାଠରେ ରିପୋର୍ଟ ସାର୍ବଜନୀନ ନ କରିବାକୁ ପ୍ରସ୍ତାବ ଦିଆଯାଇଛି । ସେହିପରି ୨୦୨୪ ଏପ୍ରିଲ ୪ ସତ୍ୟପାଠରେ ସାର୍ବଜନୀନ କରିବାକୁ ସରକାର ରାଜି ବୋଲି କୁହାଯାଇଛି ।

ଅନ୍ୟପଟେ ଆଜି କୋର୍ଟରେ ଶୁଣାଣୀ ବେଳେ ଆବେଦନକାରୀ ଦିଲ୍ଲୀପ ବରାଳ ପକ୍ଷ ରଖିଛନ୍ତି । ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ଜଷ୍ଟିସ ରଘୁବୀର ଦାସଙ୍କ ରିପୋର୍ଟ ସାର୍ବଜନୀନ କରିବା ନେଇ ସରକାର ନୀରବ ରହିଛନ୍ତି । ରିପୋର୍ଟ ଉପଯୁକ୍ତ ସମୟରେ ବିଧାନସଭାରେ ଉପସ୍ଥାପିତ ନହେବାରୁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ଆଇନଜୀବୀ ଦିଲୀପ ବରାଳ । ଆସନ୍ତା ସପ୍ତାହରେ ମାମଲାର ପରବର୍ତ୍ତୀ ଶୁଣାଣୀ ହେବ ବୋଲି କୁହାଯାଇଛି ।

Comments are closed.