Latest Odisha News

BREAKING NEWS

ଆଇପିଏଲ ଉଦଘାଟନୀ ଉତ୍ସବରେ ଲାଗିବ ବଲିଉଡ ତଡକା

ମୁମ୍ବାଇ: ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୫ ସଂସ୍କରଣ ମାର୍ଚ୍ଚ ୨୨ରୁ କୋଲକାତାର ଇଡେନ ଗାର୍ଡେନରେ ଆରମ୍ଭ ହେବ । ଉଦଘାଟନୀ ଉତ୍ସବରେ ବଲିଉଡର ଗ୍ଲାମର ତଡକା ଲାଗିବା ଏକପ୍ରକାର ସ୍ପଷ୍ଟ ହୋଇଯାଇଛି । ରିପୋର୍ଟ ମୁତାବକ ଶାହାରୁଖ ଖାଁ, ସଲମାନ ଖାଁ, ଭିକ୍କି କୌଶଲ, କ୍ୟାଟ୍ରିନା କୈଫ, ପ୍ରିୟଙ୍କା ଚୋପ୍ରା ଓ ସଞ୍ଜୟ ଦତଙ୍କ ସମେତ ଅନେକ ବଲିଉଡ ଅଭିନେତା କାର୍ଯ୍ୟକ୍ରମ ପରିବେଷଣ କରିବେ । ସଲମାନ ତାଙ୍କର ଆଗାମୀ ଫିଲ୍ମ ସିକନ୍ଦରର ପ୍ରମୋଶନ ଏଠାରେ କରିପାରନ୍ତି ବୋଲି ଉକ୍ତ ରିପୋର୍ଟରେ ଉଲ୍ଲେଖ ରହିଛି । ମାର୍ଚ୍ଚ ୩୦ରେ ଏହି ଫିଲ୍ମ ଇଦ ଅବସରରେ ରିଲିଜ ହେବ ।

ଅନ୍ୟମାନଙ୍କ ମଧ୍ୟରେ ଲୋକପ୍ରିୟ ଗାୟକ ଅରିଜିତ ସିଂ, ଶ୍ରେୟା ଘୋଷାଲଙ୍କ ମଧୂର ସ୍ୱର ଇଡେନ ଗାର୍ଡେନରେ ଝଙ୍କୃତ ହେବ । ଦିଶା ପାଟନୀ ଓ ପଞ୍ଜାବୀ ଗାୟକ କରଣ ଔଜଲାଧ୍ଧ୍ ମନୋରଞ୍ଜନ କାର୍ଯ୍ୟକ୍ରମ ପରିବେଷଣ କରିବେ । କ୍ୟାଟ୍ରିନା କୈଫ, ତୃପ୍ତି ଡିମରୀ, ଅନନ୍ୟା ପାଣ୍ଡେ, ମାଧୂରୀ ଦୀକ୍ଷିତ, ଉର୍ବଶୀ ରୌତଲା, ପୂଜା ହେଗଡେ ଓ କରୀନା କାପୁର ମଧ୍ୟ କାର୍ଯ୍ୟକ୍ରମରେ ସାମିଲ ହେବ ।

Comments are closed.