Latest Odisha News

BREAKING NEWS

ମୃତ୍ଯୁର ୧୮ ମାସ ପରେ ଜୀବିତ ଫେରିଲେ ମହିଳା, ଏବେବି ଜେଲରେ ତାଙ୍କ ହତ୍ଯାକାରୀ!

ଭୋପାଳ: ମଧ୍ୟପ୍ରଦେଶର ମନ୍ଦସୌରରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେଉଁଠାରେ ଜଣେ ମହିଳା ଦେଢ଼ ବର୍ଷ ପରେ ନିଜ ଘରକୁ ଫେରିଛନ୍ତି। ଯେତେବେଳେ କି ପରିବାରବର୍ଗ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରିସାରିଥିଲେ।

ସବୁଠୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଏହି ମହିଳାଙ୍କ ହତ୍ୟା ପାଇଁ ଚାରି ଜଣ ଅଭିଯୁକ୍ତ ବର୍ତ୍ତମାନ ବି ଜେଲରେ ଅଛନ୍ତି। ମୃତ ମହିଳା ଲଳିତା ବାଈ ୧୮ ମାସ ପରେ ଭାନପୁରା ତହସିଲର ଗାନ୍ଧୀ ସାଗର ଥାନାରେ ହାଜର ହୋଇ ଜୀବିତ ଥିବା ପ୍ରକାଶ କରିଛନ୍ତି।

ଦେଢ଼ ବର୍ଷ ପରେ ଲଳିତା ବାଈ ହଠାତ୍ ଘରକୁ ଫେରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି। ଲଳିତା ବାଈଙ୍କ ହତ୍ୟା ଅଭିଯୋଗରେ ଗିରଫ ହୋଇଥିବା ଚାରି ଅଭିଯୁକ୍ତ ବର୍ତ୍ତମାନ ଝାବୁଆ ଜେଲରେ ରହିଛନ୍ତି।

ଝାବୁଆରେ ଜଣେ ମହିଳାଙ୍କୁ ଟ୍ରକ୍ ଚାପି ଦେବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ପରିବାରବର୍ଗ ଉକ୍ତ ମହିଳାଙ୍କୁ ଲଳିତା ବୋଲି ଚିହ୍ନଟ କରିଥିଲେ। ଯାହାପରେ ଲଳିତାଙ୍କୁ ମୃତ ବୋଲି ବିବେଚନା କରାଯାଇଥିଲା ଏବଂ ତାଙ୍କ ଶରୀରକୁ ସତ୍କାର କରାଯାଇଥିଲା।

 

 

Comments are closed.