Latest Odisha News

BREAKING NEWS

ମ୍ୟାଚ ଅବସରରେ ଖଲୀଲ କଣ ଦେଲେ ରିତୁରାଜଙ୍କୁ

ଚେନ୍ନାଇ: ଚଳିତ ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗସ ୪ ୱିକେଟରେ ମୁମ୍ବାଇ ଇଣ୍ଡିଆନ୍ସକୁ ହରାଇ ବିଜୟ ଅଭିଯାନ ଆରମ୍ଭ କରିଛି । ଚେପକ ଷ୍ଟାଡିୟମରେ ଖେଳା ଯାଇଥିବା ଏହି ମ୍ୟାଚ ଅବସରରେ ଗୋଟିଏ ଘଟଣା ଏବେ ସୋସିଆ ମିଡିଆରେ ଚର୍ଚ୍ଚାର କାରଣ ସାଜିଛି । ପଡିଆ ମଝିରେ ଖଲୀଲ ଅହମ୍ମଦ ତାଙ୍କ ପକେଟରୁ କିଛି ବାହାର କରୁଛନ୍ତି ଏବଂ ଏହାକୁ ରିତୁରାଜ ନିଜ ପକେଟ ମଧ୍ୟରେ ରଖି ଦେଉଛନ୍ତି । କଣ ଦିଆ ନିଆ ହେଲେ ତାହା ଜଣାପଡି ନାହିଁ । ଏହାର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । କେତେକ ୟୁଜର୍ସ ଉଭୟ ଖେଳାଳି ବଲ ଟ୍ୟାମ୍ପରିଂ କରୁଥିବା ସାଂଘାତିକ ଅଭିଯୋଗ ମଧ୍ୟ ଆଣିଛନ୍ତି ।

ତେବେ ଜଣେ ୟୁଜର୍ସ ଲେଖିଛନ୍ତି ଖଲୀଲ ତାଙ୍କ ମୁଦି ରିତୁରାଜଙ୍କୁ ରଖିବାକୁ ଦେଇଥିଲେ । ଉଭୟ ଖେଳାଳିଙ୍କ ବୟାନ ଆସିଲେ ପ୍ରକୃତ ଘଟଣା ଜଣାପଡିବ । ଏହି ମ୍ୟାଚରେ ମୁମ୍ବାଇ ପ୍ରଥମେ ବ୍ୟାଟିଂ କରି ୯ ୱିକେଟ ବିନିମୟରେ ୧୫୫ ରନ କରିଥିଲା । ନୂର ଅହମ୍ମଦ ୪ଟି ୱିକେଟ ନେଇଥିଲେ । ଚେନ୍ନାଇ ୧୯.୧ ଓଭରରେ ୬ ୱିକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା ।

Comments are closed.