Latest Odisha News

ଜନ୍ମରୁ ମୃତ୍ୟୁ ଯାଏଁ ଟ୍ୟାକ୍ସ ବୋଝ; ସରକାର ଉପରେ ବର୍ଷିଲେ ରାଘବ ଚଡ୍ଡା

ନୂଆଦିଲ୍ଲୀ: ଆମ ଆଦମୀ ପାର୍ଟି (ଆପ) ସାଂସଦ ରାଘବ ଚଡ୍ଡା ଗୁରୁବାର ରାଜ୍ୟସଭାରେ ଭାରତର ଟ୍ୟାକ୍ସ ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଛନ୍ତି।

ସେ କେନ୍ଦ୍ର ଉପରେ ବର୍ଷିବା ସହ କହିଛନ୍ତି ଯେ ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ସରକାର ନାଗରିକମାନଙ୍କ ଉପରେ ଟିକସର ବୋଝ ଲଦି ଦେଉଛନ୍ତି। ତେବେ ଟିକସ ବଦଳରେ ବିଶ୍ୱସ୍ତରୀୟ ସ୍ୱାସ୍ଥ୍ୟ, ଶିକ୍ଷା କିମ୍ବା ଭିତ୍ତିଭୂମି ମିଳୁଛି କି ?

ଜୀବନରେ ମୃତ୍ୟୁ ଏବଂ ଟିକସ ଏହି ଦୁଇଟି ଜିନିଷ ସୁନିଶ୍ଚିତ। ଶିଶୁ ଜନ୍ମ ହେବା ମାତ୍ରେ ହିଁ ତାକୁ ଦିଆଯାଉଥିବା ଟୀକା ଓ ଶିଶୁର  ଯତ୍ନ ନେବା ପାଇଁ ବ୍ୟବହାର ହେଉଥିବା ଜିନିଷ ଏବଂ ମିଠା ଉପରେ ମଧ୍ୟ ୫% ଜିଏସଟି ଲାଗୁ କରାଯାଉଛି। ଏପରିକି ହସ୍ପିଟାଲର ରୁମ୍ ର ମୂଲ୍ୟ ଉପରେ ମଧ୍ୟ ୫% ଜିଏସଟି ରହୁଛି।

ତେବେ ବର୍ତ୍ତମାନ ଶିଶୁ ଖାଦ୍ୟ ଉପରେ ୧୨-୧୮% ଜିଏସଟି, ଡାଇପର ଏବଂ ଖେଳଣା ଉପରେ ୧୨% ଏବଂ ଏପରିକି ମାନସିକ ରେ ହେଉଥିବା ଲଣ୍ଡା ଭଳି କାର୍ଯ୍ୟରେ ମଧ୍ୟ ୧୮% ଜିଏସଟି ଲାଗୁ ହେଉଛି। ସ୍କୁଲ ୟୁନିଫର୍ମ, ଜୋତା, ନୋଟବୁକ୍ ରେ ୧୨% ଜିଏସଟି ଏବଂ ଷ୍ଟେସନାରୀରେ ୧୮% ଜିଏସଟି ମଧ୍ୟ ଦେବାକୁ ପଡୁଛି।

ସ୍ମାର୍ଟଫୋନ୍, ରିଚାର୍ଜ, ଇଣ୍ଟରନେଟ୍, ନେଟଫ୍ଲିକ୍ସ ଏବଂ ସିନେମା ଟିକେଟ୍ ଉପରେ ଜିଏସଟି ଲାଗୁ ହେବା ସହ ବାଇକ୍ କିମ୍ବା ସ୍କୁଟର ଉପରେ ମଧ୍ୟ ଟିକସ ଦେବାକୁ ପଡୁଛି। ଉଚ୍ଚଶିକ୍ଷା ପାଇଁ ଘରୋଇ କଲେଜ ଫି, ହଷ୍ଟେଲ ଏବଂ ଛାତ୍ର ଋଣ ଉପରେ ମଧ୍ୟ ଜିଏସଟି ଲାଗୁ କରାଯାଉଛି। ଆଉ ଯେତେବଳେ କ୍ୟାରିଅର ଆରମ୍ଭ ହେଉଛି ସେତେବେଳ ଟିଡିଏସ୍ ଏବଂ ଆୟକର କଟା ହେଉଛି। ରେଷ୍ଟୁରାଣ୍ଟ ବିଲ୍ ଏବଂ ବୀମା ପ୍ରିମିୟମ ଉପରେ ମଧ୍ୟ ଟିକସ ଲାଗୁ ହେଉଛି।

ତେବେ ମଧ୍ୟବୟସରେ ଆୟ ବୃଦ୍ଧି ପାଇବା ସହିତ, ଆୟକର, କାର ଉପରେ ଜିଏସଟି, ଇନ୍ଧନ ଉପରେ ଭାଟ୍ ଏପରିକି ପ୍ରପର୍ଟି ଉପରେ ମଧ୍ୟ ଟିକସ ଦେବାକୁ ପଡିଥାଏ। ଅବସର ପରେ ପେନସନ, ସୁଧ ଆୟ, ସ୍ୱାସ୍ଥ୍ୟ ବିଲ୍, ଔଷଧ ଏବଂ ଇଚ୍ଛାପତ୍ର ରେ ମଧ୍ୟ ଟିକସ ଯୋଡା ହେଉଛି। ତେବେ ସେ କହିଛନ୍ତି ଯେ ସରକାର ଜୀବନର ପ୍ରତ୍ୟେକ ପଦକ୍ଷେପରେ ଟିକସ ଆଦାୟ କରୁଛନ୍ତି କିନ୍ତୁ ପ୍ରତିବଦଳରେ ନାଗରିକମାନେ କ’ଣ ପାଉଛନ୍ତି ବୋଲି ରାଘବ ପ୍ରଶ୍ନ କରିଛନ୍ତି।

 

Comments are closed.