Latest Odisha News

BREAKING NEWS

ଜାଣନ୍ତୁ କେମିତି କଟିବ ଆଜି ଦିନ…

ରାଶି ଫଳ

ତା ୧୩ -୧୨-୨୦୧୯ ଶୁକ୍ରବାର

ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର

ମୋବାଇଲ: 9437225434

ଆଜି ଦିନର ମହତ୍ତ୍ୱ

ଆଜି ହେଉଛି ୨୦୧୯ ମସିହା ଡିସେମ୍ବର
ତା ୧୩ ରିଖ ଶୁକ୍ରବାର ବିଛା ୨୭ ଦିନ ପୌଷ ମାସ କୃଷ୍ଣ ପକ୍ଷ ପ୍ରତିପଦା ଭୁକ୍ତ ଦ୍ବିତୀୟା ତିଥି ଆର୍ଦ୍ରା ନକ୍ଷତ୍ର ମିଥୁନ ଚନ୍ଦ୍ର
ଘାତ ବାର-: ବିଛା ଧନୁ ମୀନ ରାଶିର
ଘାତ ଚନ୍ଦ୍ର:- କନ୍ୟା ରାଶି ପୁରୁଷ ବିଛା କୁମ୍ଭ ରାଶିର ମହିଳାଙ୍କର
ଆଜି: ପାଣିକଖାରୁ ଭେଜି ବାଇଗଣ ଖାଇବା ନିଷେଧ

ମେଷ-
ବିଭିନ୍ନ ସମସ୍ୟାକୁ ନେଇ ମନ ଭାରାକ୍ରାନ୍ତ ହେବ । ପରିବାରରେ ଅଯଥା ସନ୍ଦେହ ଓ ଭୁଲ୍‌ ବୁଝାମଣାଜନିତ ମତପାର୍ଥକ୍ୟ ଦେଖା ଦେବ । ଅତି ଭଲ ସମ୍ପର୍କ ରହିଥିବା ବନ୍ଧୁଙ୍କ ଦୁଃଖଦ ପରିସ୍ଥିତି ପାଇଁ ମନ ଛଟପଟ ହୋଇପାରେ। ହାତମୁଠାରୁ ସୁ୍‌ଯୋଗ ଖସିଯିବାର ଆଶଙ୍କା ରହିଛି।

ବୃଷ
କୌଣସି ବନ୍ଧୁଙ୍କ ପରୋକ୍ଷ ବିରୋଧ ଆପଣଙ୍କ କାମରେ ସମସ୍ୟା ସୃଷ୍ଟି କରିପାରେ । ଉଚ୍ଚ କର୍ତ୍ତୃପକ୍ଷଙ୍କ ଆଦେଶକ୍ରମେ କର୍ମକ୍ଷେତ୍ରରେ ନୂତନ ଦାୟିତ୍ୱ ଗ୍ରହଣ କରିକରିବେ । କଳା, ସାହିତ୍ୟ, ସଙ୍ଗୀତ ଓ ଚଳଚ୍ଚିତ୍ର କ୍ଷେତ୍ରରେ ସଫଳତା ପାଇବେ । ଚେଷ୍ଟା କରୁଥିବା କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିବ ।

ମିଥୁନ
ଆଶା କରୁଥିବା ଦିଗରୁ ଅର୍ଥ ପ୍ରାପ୍ତି ହେବ । କାର୍ଯ୍ୟ ହାସଲ ସକାଶେ ପର ଉପରେ ନିର୍ଭର କରିବାକୁ ପଡ଼ିପାରେ। ନିର୍ମାଣଧୀନନ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିବ। ଧର୍ମକାର୍ଯ୍ୟରେ ବ୍ୟସ୍ତ ରହିପାରନ୍ତି। ଋଣ ପରିଶୋଧ କରିବେ ବ୍ୟବସାୟିକ କ୍ଷେତ୍ରରେ ଲାଭବାନ ହେବେ ।

କର୍କଟ
ପ୍ରତିକୂଳ ପରିସ୍ଥିତି ମଧ୍ୟରେ ଗତି କଲେ ମଧ୍ୟ ସଫଳତା ପାଇବେ ନାହିଁ । ପରିବାରରେ ମତ ପାର୍ଥକ୍ୟ ଦେଖା ଦେବ ।ମହିଳାମାନେ ସମାଲୋଚିତ ହେବେ ।ମାଲିମକଦମାରେ ଜଡିତ ହୋଇ ପାରନ୍ତି ।ବ୍ୟବସାୟ, ବାଣିଜ୍ୟ କ୍ଷେତ୍ରରେ ଉଚ୍ଚ ଫଳପ୍ରାପ୍ତି ହୋଇପାରେ ।

ସିଂହ
ଖୁସିର ବାତାବରଣ ମଧ୍ୟରେ ଦିନଟିକୁ କଟାଇବେ । କୌଣସି ବାନ୍ଧବୀଙ୍କ ପ୍ରଶଂସାସୂଚକ କଥାବାର୍ତ୍ତାରେ ଖୁସି ଅନୁଭବ କରିବେ। ପୂର୍ବରୁ ପ୍ରସ୍ତୁତି ନ ଥାଇ ମଧ୍ୟ ଯଥେଷ୍ଟ କିଛି ବ୍ୟୟ କରିବାକୁ ବାଧ୍ୟ ହୋଇପାରନ୍ତି। କର୍ମକ୍ଷେତ୍ରରେ ସମ୍ମାନନୀୟ ବ୍ୟକ୍ତିବିଶେଷ ସହାୟତା କରିବେ।

କନ୍ୟା
ଅଭିଳଷିତ କାମ ହାସଲ କରିବେ । ସମସ୍ୟା ନ ଥିଲେ ମଧ୍ୟ ପରୋକ୍ଷ ଅସୁବିଧା ଅନୁଭବ କରିପାରନ୍ତି। କର୍ମକ୍ଷେତ୍ରରେ ସଫଳତା ମିଳିବ । ସହଜରେ କାହାରିକୁ ବିଶ୍ୱାସ କରନ୍ତୁ ନାହିଁ । ନିଜର ବିଶ୍ୱସ୍ତ ବନ୍ଧୁମାନେ ଫାଇଦା ହାସଲ ପାଇଁ ଫନ୍ଦିଫିକର କରିପାରନ୍ତି ।

ତୁଳା
ସନ୍ତାନଙ୍କ ସ୍ବାସ୍ଥ୍ୟ ଗତ କାରଣକୁ ନେଇ ଚିନ୍ତିତ ହେବେ । କର୍ମକ୍ଷେତ୍ରରେ ସ୍ଥଗିତ କାମ ଆଜି ପାଇଁ ଦୋଷି ସାବ୍ଯସ୍ତ ହେବେ । ଯୁକ୍ତିତର୍କଜନିତ ପାରିବାରିକ ଜୀବନରେ ବୁଝାମଣା ନେଇ ତିକ୍ତତା ଦେଖାଦେଇପାରେ। ଦୀର୍ଘଦିନରୁ ଚିନ୍ତା କରିଥିବା କାମଟି ହଠାତ୍‌ ହୋଇଯିବ । ଧାର ସୂତ୍ରରେ ଅର୍ଥ ପାଇବା ସକାଶେ ବନ୍ଧୁଙ୍କ ସହ ଆଲୋଚନା କରିପାରନ୍ତି।

ବିଛା
ସାମାଜିକ ସ୍ତରରେ ସୁନାମ ଅର୍ଜନ କରିବେ । ବିଶିଷ୍ଟ ବ୍ୟକ୍ତିମାନଙ୍କ ସଙ୍ଗଲାଭ କିମ୍ବା ଆନୁଷ୍ଠାନିକ କାମ ଅଥବା ସଭାସମିତିରେ ସମ୍ମାନିତ ହୋଇପାରନ୍ତି । ଆଜି ଯାହା କରିବାକୁ ମନସ୍ଥ କରିଛନ୍ତି ତାହା ବିନା ବାଧାବିଘ୍ନରେ ସମାପନ ହୋଇପାରିବ । ପାରିବାରିକ ଅସ୍ଥିରତା କାରଣରୁ ସାୟାହ୍ନେ ମନ ଭଲ ରହି ନ ପାରେ ।

ଧନୁ
ଅସାଧ୍ୟ କାର୍ଯ୍ୟରେ ସିଦ୍ଧି ଲାଭ କରିବେ ।ବ୍ଯବସାୟରେ ପୂର୍ବ ଅପେକ୍ଷା ଆଯ ବୃଦ୍ଧି ଘଟିବ । ଅପ୍ରିୟ ସତ୍ୟ କହି ଦୋଷି ସାବ୍ଯସ୍ତ ହେବେ । ଅନ୍ୟମାନଙ୍କର ଚକ୍ଷୁଶୂଳ ହେବା ଆଶଙ୍କା ରହିଛି । ଆକସ୍ମିକ ଭାବରେ ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି । ଅପରାହ୍ନରେ କୌଣସି ଶୁଭ ଖବର ପାଇ ମନ ଆନନ୍ଦିତ ହେବ ।

ମକର
କର୍ମକ୍ଷେତ୍ରରେ ମିଥ୍ୟା ଗୁଜବ ମାନସିକ ଅଶାନ୍ତିର କାରଣ ହେବ । ବନ୍ଧୁମାନଙ୍କ କାର୍ଯ୍ୟକଳାପକୁ ନେଇ ଦୁଃଖୀତ ହେବେ । ଗତକାଲିଠାରୁ ଚେଷ୍ଟା କରୁଥିବା କାମରେ ଆଜି ଆଂଶିକ ସଫଳତା ପାଇବେ । ମହିଳାମାନେ ପ୍ରଶଂସନୀୟ ହେବେ ।
କୁମ୍ଭ
ପ୍ରଶାସନିକ ସ୍ତରରେ କୌଣସି ଗୁରୁତ୍ୱପୂର୍ଣ୍ଣ ବିଷୟ ନେଇ ବନ୍ଧୁଙ୍କ ସହ ଆଳାପ ଆଲୋଚନା କରିପାରନ୍ତି। କର୍ମକ୍ଷେତ୍ରରେ ଭୁଲ୍‌ ଖବର ପାଇ ସାମୟିକ ଭାବରେ ବିବ୍ରତ ହେବାକୁ ପଡ଼ିପାରେ । ପାରିବାରିକ ଜୀବନ ସୁଖମୟ ହେବ । ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ । ଦୂରଯାତ୍ରା, ପରିଭ୍ରମଣ କିମ୍ବା ଦେବାର୍ଚ୍ଚନା ପାଇଁ ମନ ବଳାଇବେ।

ମୀନ
ଯେତେ ପ୍ରକାର ଚେଷ୍ଟାକଲେ ମଧ୍ୟ ପରିସ୍ଥିତି ନ ବଦଳିବାରୁ ମାନସିକ ସ୍ଥିତି ଭଲ ରହିବ ନାହିଁ । ଇଚ୍ଛା ନ ଥିଲେ ମଧ୍ୟ ପରିସ୍ଥିତିକୁ ସାମ୍‌ନା କରିବାକୁ ଯାଇ ବନ୍ଧୁଙ୍କ ଦ୍ୱାରସ୍ଥ ହେବାକୁ ପଡ଼ିବ । ଗୋଟିଏ କାମ ନ ସରୁଣୁ ଏକାଧିକ କାମରେ ହାତଦେବା ଠିକ୍‌ ହେବନାହିଁ । ମାଲିମକଦମାରେ ଜଡିତ ହୋଇ ପାରନ୍ତି ।

Leave A Reply

Your email address will not be published.