ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଟ ଟ୍ରମ୍ପ ଏପ୍ରିଲ ୨ ତାରିଖରୁ ୧୮୦ ଦେଶ ଉପରେ ରେସିପ୍ରୋକାଲ ଟାରିଫ୍ ବା ଶୁଳ୍କ ଲାଗୁ କରିଛନ୍ତି । ଏଥିରେ ଭାରତ, ଚୀନ, ଜାପାନ୍, ସାଉଥ କୋରିଆ, ବାଂଲାଦେଶ, ଶ୍ରୀଲଙ୍କା ଏବଂ ପାକିସ୍ତାନ ଭଳି ଦେଶ ସାମିଲ ରହିଛି । କିନ୍ତୁ ଏହାକୁ ନେଇ ଏବେ ଇଣ୍ଟନେଟରେ ସମୋଲୋଚିତ ହୋଇଛନ୍ତି ଟ୍ରମ୍ପ । ଟ୍ରମ୍ପଙ୍କ ଟାରିଫ୍ ଆକ୍ରମଣରୁ ଅଷ୍ଟ୍ରେଲିଆର ପେଙ୍ଗୁଇନ ବି ବଞ୍ଚିନାହାନ୍ତି, ଯାହାକୁ ନେଇ ଏବେ ପୂରା ଇଣ୍ଟରନେଟ ଟ୍ରମ୍ପଙ୍କ ଟାରିଫର ମିମ୍ସରେ ଭରିଯାଇଛି ।
ଜନବସତି ବିହୀନ ଥିବା ଏହି ଆଇଲାଣ୍ଡ ଉପରେ ମଧ୍ୟ ୧୦ ପ୍ରତିଶତ ଟାରିଫ ଲାଗୁ କରିଛନ୍ତି ଟ୍ରମ୍ପ । ଟ୍ରମ୍ପ ପ୍ରଶାସନର ତାଲିକାରେ ଉପ-ଆଣ୍ଟାର୍କଟିକା ଭାରତ ମହାସାଗରରେ ଥିବା ଜନବସତିହୀନ ହାର୍ଡ ଏବଂ ମ୍ୟାକଡୋନାଲ୍ଡ ଭଳି ଦ୍ୱୀପପୁଞ୍ଜ ମଧ୍ୟ ଅନ୍ତର୍ଭୁକ୍ତ ରହିଛି । ଯେଉଁଠାରେ କେହି ବାସ କରନ୍ତି ନାହିଁ । ଯାହାକି ମୁଖ୍ୟତଃ ଅଷ୍ଟ୍ରେଲିୟ ଅଞ୍ଚଳ । ତେବେ ଅଷ୍ଟ୍ରେଲିଆର ସରକାରୀ ୱେବସାଇଟରେ ଜାରି କରାଯାଇଥିବା ଦ୍ୱୀପପୁଞ୍ଜ ମ୍ୟାପରେ ହାର୍ଡ ଏବଂ ମ୍ୟାକଡୋନାଲ୍ଡ ଦ୍ୱୀପପୁଞ୍ଜକୁ ପୃଥିବୀର ସବୁଠାରୁ ଜଙ୍ଗଲୀ ଏବଂ ଦୂରବର୍ତ୍ତୀ ସ୍ଥାନ ଭାବରେ ବର୍ଣ୍ଣନା କରାଯାଇଛି । ଯେଉଁଠାକୁ ଯିବାକୁ ଅଷ୍ଟ୍ରେଲିଆରୁ ୧୦ ଦିନ ସମୟ ଲାଗିବ । କେବଳ ପେଙ୍ଗୁଇନ୍, ସିଲ୍ ଏବଂ ଉଡ଼ନ୍ତା ପକ୍ଷୀ ହି ବାସ କରନ୍ତି, କିନ୍ତୁ କୌଣସି ଲୋକ ନାହାଁନ୍ତି । ହେଲେ ସେଠୁ ବି ୧୦ ପ୍ରତିଶତ ଶୁଳ୍କ ଆଦାୟ କରିବେ ଟ୍ରମ୍ପ । ଯାହାକୁ ନେଇ ଏବେ ସୋସିଆଲ ମିଡିଆରେ ଖୁବ୍ ସମାଲୋଚନ ହେଉଛନ୍ତି ଆମେରିକା ରାଷ୍ଟ୍ରପତି । ଦେଶ ତ ଦେଶ ଏବେ ପେଙ୍ଗୁଇନଙ୍କ ଠାରୁ ମଧ୍ୟ ଟ୍ରମ୍ପ ଟାରିଫ୍ ଆଦାୟ କରିବେ ବୋଲି ଭାଇରାଲ ହେଉଛି ମିମ୍ସ ।
ଟ୍ରମ୍ପଙ୍କ ଟାରିଫ୍ ମାଡରୁ ଉଡ଼ି ପାରୁନଥିବା ସରଳ ପକ୍ଷୀ ବି ବାଦ୍ ପଡିନାହାନ୍ତି । ଯାହାର ମିମ୍ସ ବହୁଳ ଭାବରେ ସେୟାର ହୋଇଥିବା ଚିତ୍ରରେ ଆମେରିକା ରାଷ୍ଟ୍ରପତି ଏବଂ ଉପରାଷ୍ଟ୍ରପତି ଜେଡି ଭାନ୍ସଙ୍କ ସହିତ ତାଙ୍କର ସାମ୍ପ୍ରତିକ ବିବାଦ ସମୟରେ ଓଭାଲ୍ ଅଫିସରେ ଯେଉଁ ଫଟୋ ରହିଥିଲା, ହେଲେ ୟୁଜର୍ସ ଦ୍ବାରା ଏଡିଟ୍ କରାଯାଇଥିବା ଫଟୋରେ, ୟୁକ୍ରେନୀୟ ନେତା ଭୋଲୋଡିମିର୍ ଜେଲେନସ୍କିଙ୍କ ସ୍ଥାନରେ ଏକ ପେଙ୍ଗୁଇନ୍ ଦେଖାଯାଇଛି । ଯେଉଁଥିରେ ୟୁଜର୍ସ ଜଣଙ୍କ ଲେଖିଛନ୍ତି, ପେଙ୍ଗୁଇନ୍ ଏକ ସୁଟ୍ ତ ପିନ୍ଧିଥିଲା । କିନ୍ତୁ ହାର୍ଡ ଓ ମ୍ୟାକଡୋନାଲ୍ଡ ଦ୍ୱୀପପୁଞ୍ଜରେ ଟ୍ରମ୍ପ ଶୁଳ୍କରୁ ରକ୍ଷା ପାଇଲା ନାହିଁ । ବୋଦେ ସେହା ଧନ୍ୟବାଦ କହି ନଥିଲା? ଯାହାକୁ ଅନ୍ୟ ବ୍ୟବହାରକାରୀ ଭରି ଭରି ସେୟାର କରୁଛନ୍ତି । ଅନ୍ୟ ଏକ ମିମ୍ ରେ ଟ୍ରମ୍ପ ଚିଲ୍ଲେଇକି କହୁଛନ୍ତି, ଟାରିଫ୍ ଦିଅ, ଉତ୍ତରରେ ପେଙ୍ଗୁଇନ୍ ଆମେ ଆମ ବ୍ୟବସାୟ ଅନ୍ୟ କେଉଁଠାକୁ ନେଇଯିବୁ । ଆଉ ଏକରେ ଲେଖାଯାଇଥିଲା, ଯେଉଁଥିରେ ଟ୍ରମ୍ପ୍ ୧୦ ପ୍ରତିଶତ ଟାରିଫ୍ ନେଇ ପେଙ୍ଗୁଇନଙ୍କୁ ଅବଗତ କରାଇଥିବା ବେଳେ, ସେମାନେ ଆଖିରେ ଲୁହ ରଖି, ନାହିଁ ସାର୍, ଟାରିଫ୍ ନୁହେଁ, ଆମେ ଆମେରିକାର ପେଙ୍ଗୁଇନ୍ସଙ୍କ ସହ ପ୍ରତିଯୋଗିତା କରିପାରିବୁ ନାହିଁ । ଦୟାକରି ଛାଡିଦିନ୍ତୁ । ଉତ୍ତରରେ ଟ୍ରମ୍ପ କହିଥିଲେ, ଆମେରିକା ଆଗ, ଏହା ଘଟିବାକୁ ଯାଉଛି ।


ବୁଧବାର ଦିନ ଟ୍ରମ୍ପଙ୍କ ବିଶ୍ୱବ୍ୟାପୀ ଶୁଳ୍କ ଘୋଷଣା ନିଶ୍ଚିତ ଭାବରେ ଅନେକ ଦେଶରେ ଏକ ଉଷ୍ମତା ସୃଷ୍ଟି କରିଥିଲା । ଟ୍ରମ୍ପ ୨ ହଜାର ଲୋକଙ୍କ ଠାରୁ ମଧ୍ୟ କମ୍ ଜନସଂଖ୍ୟା ସହିତ ପ୍ରଶାନ୍ତ ମହାସାଗରରେ ଥିବା କ୍ଷୁଦ୍ର ଅଷ୍ଟ୍ରେଲିୟ ଅଞ୍ଚଳ ନର୍ଫୋକ୍ ଦ୍ୱୀପପୁଞ୍ଜ ଉପରେ ମଧ୍ୟ ତାଙ୍କର ୨୯ ପ୍ରତିଶତ ଶୁଲ୍କ ଲଗାଇଛନ୍ତି । ଯାହାକୁ ନେଇ ଆଶ୍ଚର୍ଯ୍ୟ ପ୍ରକାଶ କରିଥିଲେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆଣ୍ଟୋନି ଆଲବାନିଜ୍ ।
ଖାଲି ସେତିକି ନୁହେଁ, ବ୍ରିଟେନର ଦୂରବର୍ତ୍ତୀ ଫକଲ୍ୟାଣ୍ଡ ଦ୍ୱୀପପୁଞ୍ଜ, ଯେଉଁଠି ପ୍ରାୟ ଦଶ ଲକ୍ଷ ପେଙ୍ଗୁଇନ୍ ବାସକରନ୍ତି ଏବଂ ଆର୍ଜେଣ୍ଟିନା ଆକ୍ରମଣକାରୀଙ୍କୁ ପ୍ରତିହତ କରିବା ପାଇଁ ବ୍ରିଟେନ ଦ୍ୱାରା ଲଢ଼ିଥିବା ୧୯୮୨ ଯୁଦ୍ଧ ପାଇଁ ସବୁଠାରୁ ପ୍ରଭାବିତ ହୋଇଥିବା ସ୍ଥାନ ଉପରେ ମଧ୍ୟ ୪୧ ପ୍ରତିଶତ ରପ୍ତାନି ଶୁଳ୍କ ଲଗାଇଛନ୍ତି, ଯେତେବେଳେ କି ୟୁକେ କେବଳ ୧୦ ପ୍ରତିଶତର ସମ୍ମୁଖୀନ ହେଉଛି । ତଥାପି ଟ୍ରମ୍ପଙ୍କ ଶୁଳ୍କ ବିଶ୍ୱ ବଜାର ପାଇଁ କୌଣସି ହାସ୍ୟରସ ବିଷୟ ହୋଇନାହିଁ । କାରଣ ୨୦୨୦ରେ କୋଭିଡ୍ ମହାମାରୀ ପରେ ଆମେରିକାର ଷ୍ଟକ୍ ସବୁଠାରୁ ଖରାପ ଦିନ ଦେଇ ଗତି କରୁଛି । ଯାହାକୁ ନେଇ କଠୋର ହୋଇଛନ୍ତି ଟ୍ରମ୍ପ । ଏମିତିକି ସବୁବେଳେ ବନ୍ଧୁ ବନ୍ଧୁ କୁହାଉଥିବା ଦେଶ ଭାରତରେ ମଧ୍ୟ ୨୬ ପ୍ରତିଶତ ପର୍ଯ୍ୟନ୍ତ ଶୁଲ୍କ ଲାଗୁ କରିଛନ୍ତି ।
Comments are closed.