Latest Odisha News

BREAKING NEWS

ଟିକେଟ ବୁକିଂ ବଦଳରେ ମଦ ଲାଞ୍ଚ, ରେଲୱେ କର୍ମୀ ନିଲମ୍ବିତ

ଭୁବନେଶ୍ୱର: ପାରାଦୀପ ରେଳ ଷ୍ଟେସନ ଟିକେଟ କାଉଣ୍ଟରରେ ଟିକେଟ ବୁକିଂ ବଦଳରେ ମଦ ଲାଞ୍ଚ ନେଉଥିବା ଅଭିଯୋଗରେ ଜଣେ ରିଜର୍ଭେସନ ସୁପରଭାଇଜରଙ୍କୁ ନିଲମ୍ବିତ କରାଯାଇଛି।

ହିମାଂସୁ ଶେଖର ବେହେରାଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ତାଙ୍କୁ ନିଲମ୍ବିତ କରିଛନ୍ତି ଖୋର୍ଦ୍ଧା ରୋଡ୍ ରେଳ ଡିଭିଜନର ବରିଷ୍ଠ ଡିଭିଜନାଲ କର୍ମସିଆଲ୍ ମ୍ୟାନେଜର।

କୁଜଙ୍ଗର ଅକ୍ଷୟ ମଜୁମଦାର ନାମକ ଜଣେ ବ୍ଯକ୍ତି ଅଭିଯୋଗ କରିଛନ୍ତି ଯେ କାଉଣ୍ଟର ଖୋଲିବା ପରେ ହିମାଂସୁ ଘୋଷଣା କରିଥିଲେ ଯେ କୌଣସି ତତ୍କାଳ ଟିକେଟ୍ ଉପଲବ୍ଧ ନାହିଁ। ରିଜର୍ଭେସନ ସୁପରଭାଇଜର ରାଜ୍ୟ ବାହାରର ଦୁଇଜଣ ବ୍ୟକ୍ତିଙ୍କ ପାଇଁ ଟିକେଟ୍ ବୁକ୍ କରିଥିବା ଅଭିଯୋଗ ହେବା ପରେ ଧାଡ଼ିରେ ଠିଆ ହୋଇଥିବା ଲୋକମାନେ ଯୁକ୍ତିତର୍କ ଆରମ୍ଭ କରିଥିଲେ। ଏପରିକି ମଦ ବଦଳରେ ସେ ଟିକେଟ୍ ବୁକ୍ କରିଥିବା ଅଭିଯୋଗ ହୋଇଥିଲ। ଏପରିକି ରିଜର୍ଭେସନ କାଉଣ୍ଟର ଭିତରେ ବୋତଲ ମିଳିଥିଲା ବୋଲି ସୂଚନା ମିଳିଛି।

Comments are closed.