ଭୁବନେଶ୍ବର: ଆଜିକାଲି ପ୍ରାୟତଃ ସଭିଏଁ ସୋସିଆଲ ମିଡିଆର ବ୍ୟବହାର ସକାଳୁ ନିଦରୁ ଉଠିବା ପରଠାରୁ ରାତିରେ ଶୋଇବା ଯାଏଁ କରୁଛନ୍ତି । କିନ୍ତୁ ଜାଣିଛନ୍ତି କି ମାତ୍ରାଧିକ ସୋସିଆଲ ମିଡିଆରେ ବ୍ୟସ୍ତ ରହୁଥିବା ବ୍ୟକ୍ତିବିଶେଷ ଏନଜାଇଟର ଶିକାର ହେଉଛନ୍ତି । ସୋସିଆଲ ମିଡିଆ କାର୍ଯ୍ୟକଳାପରୁ ଅନ୍ୟର ଜୀବନ ସେମାନଙ୍କ ଜୀବନ ଅପେକ୍ଷା ଭଲ ଚାଲିଛି ବୋଲି ଭାବୁଛନ୍ତି । ଫଳରେ ସେମାନେ ମାନସିକସ୍ତରରେ ଏନଜାଇଟର ଶିକାର ହେବାରେ ଲାଗିଛନ୍ତି । ଯାହା ଜଣେ ମଣିଷ ପାଇଁ ବେଶ୍ କ୍ଷତିକାରକ ।
ସୋସିଆଲ ମିଡିଆରେ ଦିନ ରାତି ବୁଡି ରହିବା । ସର୍ବଦା ଅନ୍ୟ ସହ ନିଜକୁ ତୁଳନା କରିବା । ଅନ୍ୟମାନଙ୍କଠାରୁ ନିଜକୁ ପଛରେ ବୋଲି ଅନୁଭବ କରିବା । ଅନ୍ୟକୁ ଦେଖି ସେହିପରି ହେବା ପାଇଁ ଚେଷ୍ଟା କରିବା । ସୋସିଆଲ ମିଡିଆ ପୋଷ୍ଟ କରିବା ପରେ ବାରମ୍ବାର ଚେକ୍ କରିବା କେତେ ଲାଇକ ଆସିଲା, କମେଣ୍ଟ ଓ ଭ୍ୟୁ କେତେ ହେଲା । ବିଳମ୍ବିତ ରାତି ପର୍ଯ୍ୟନ୍ତ ଚେଇଁ ରହିବା ଓ ସହଜରେ ନିଦ ନହେବା ଆଦି ସୋସିଆଲ ମିଡିଆ ଏନଜାଇଟର ଲକ୍ଷଣ । ଯଦି ଏପରି ଲକ୍ଷଣ ଦେଖାଯାଉଛି ତେବେ ଏହାକୁ ସୋସିଆଲ ମିଡିଆ ଏନଜାଇଟ ବୋଲି କୁହାଯିବ । ତେଣୁ ସୋସିଆଲ ମିଡିଆ ଏନଜାଇଟ ଦୂର କରିବାକୁ ଡିଜିଟାଲ ଡିଟକ୍ସ ଜରୁରୀ ।
ତେବେ ଆସନ୍ତୁ ଜାଣିବା ଡିଜିଟାଲ ଡିଟକ୍ସ କରିବେ କେମିତି..
– ନକରାତ୍ମକ ପ୍ରଭାବ ସୃଷ୍ଟି କରୁଥିବା ପୋଷ୍ଟ ଗୁଡିକ ପ୍ରତି ଯତ୍ନଶୀଳ ହୁଅନ୍ତୁ । ପ୍ରତିଦିନ ଏହିପରି ପୋଷ୍ଟ କରୁଥିବା ଆକାଉଣ୍ଟ ଗୁଡିକୁ ଅନଫଲୋ କରିବା ଉଚିତ୍ ।
-କେବଳ ସକରାତ୍ମକ ଓ ଶିକ୍ଷଣୀୟ ପୋଷ୍ଟ କରାଯାଉଥିବା ଆକାଉଣ୍ଟକୁ ଫଲୋ କରନ୍ତୁ ।
– ଚାପ ହ୍ରାସ କରିବା ପାଇଁ ବେଳେବେଳେ ବ୍ୟାଙ୍ଗତ୍ମକ ଭିଡିଓ / କାର୍ଟୁନ ପୋଷ୍ଟକୁ ସୋସିଆଲ ମିଡିଆରେ ଉପଭୋଗ କରିପାରିବେ ।
-ଆବଶ୍ୟକ ନଥିବାବେଳେ ନୋଟିଫିକେସନ ବନ୍ଦ ରଖନ୍ତୁ । ଫଳରେ ବାରମ୍ବାର ନୋଟିଫିକେସନ ଆସିବ ନାହିଁ ଓ ସୋସିଆଲ ମିଡିଆ ସ୍କ୍ରଲ କରିବେ ନାହିଁ ।
– ସୋସିଆଲ ମିଡିଆ ବ୍ୟବହାର କରିବା ପାଇଁ କିଛି ସମୟ ଧାର୍ଯ୍ୟ କରନ୍ତୁ,ଏହା ପରେ ସୋସିଆଲ ମିଡିଆ ପ୍ଲାଟଫର୍ମର ନୋଟିଫିକେସନ ବନ୍ଦ ରଖନ୍ତୁ ।
– କିଛି ସମୟ ସ୍ମାର୍ଟଫୋନକୁ ଦୂରରେ ରଖି ପରିବାର ସଦସ୍ୟ, ବନ୍ଧୁଙ୍କ ସହ ବ୍ୟକ୍ତିଗତ ଜୀବନକୁ ଉପଭୋଗ କରନ୍ତୁ ।
-ସେହିପରି ଶୋଇବା ସମୟରେ ବେଡଠାରୁ ଓ ଖାଇବା ବେଳେ ଡାଇନିଂ ଟେବୁଲ ଠାରୁ ସ୍ମାର୍ଟଫୋନକୁ ସମ୍ପୂର୍ଣ୍ଣ ଦୂରେଇ ରଖନ୍ତୁ ।
Comments are closed.