Latest Odisha News

BREAKING NEWS

ଜମି ଓ ଚାକିରି ବଦଳରେ ଭିନେଶ ଫୋଗଟ ଚାହାଁନ୍ତି ୪ କୋଟି ନଗଦ ଟଙ୍କା

ନୂଆଦିଲ୍ଲୀ: କୁସ୍ତିଯୋଦ୍ଧା ତଥା ଜିନ୍ଦର ଜୁଲାନା ବିଧାନସଭା କଂଗ୍ରେସ ବିଧାୟକ ଭିନେଶ ଫୋଗଟ ହରିୟାଣା ସରକାରଙ୍କୁ ତାଙ୍କ ପସନ୍ଦ ଜଣାଇ ଦେଇଛନ୍ତି। ଏପରିକି ସରକାରଙ୍କ ଦ୍ୱାରା ଦିଆଯାଇଥିବା ତିନୋଟି ବିକଳ୍ପ ମଧ୍ୟରୁ ଭିନେଶ ନଗଦ ପୁରସ୍କାର ବାଛିଛନ୍ତି।

ରାଜ୍ୟର କ୍ରୀଡା ନୀତି ଅନୁଯାୟୀ ୪ କୋଟି ଟଙ୍କା, ‘ଗ୍ରୁପ୍ A’ ସରକାରୀ ଚାକିରି କିମ୍ବା ଏଚଏସଭିପି (ହରିଆଣା ସହରାଞ୍ଚଳ ବିକାଶ ପ୍ରାଧିକରଣ) ଅଧୀନରେ ଏକ ପ୍ଲଟ ମଧ୍ୟରୁ ଗୋଟିଏ ବାଛିବାକୁ କୁହାଯାଇଥିଲା। ପ୍ରାୟ ଦୁଇ ସପ୍ତାହ ବିଚାର ବିମର୍ଶ ପରେ ଫୋଗଟ ନଗଦ ପୁରସ୍କାର ପାଇଁ ବାଛିଛନ୍ତି।

ଏନେଇ ଫୋଗଟଙ୍କ ପରିବାରର ଜଣେ ସଦସ୍ୟ କହିଛନ୍ତି, “ସେ ନଗଦ ପୁରସ୍କାର ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଛନ୍ତି କାରଣ ଏହା ତାଙ୍କୁ ତାଙ୍କ ଆବଶ୍ୟକତା ଅନୁସାରେ ଯେକୌଣସି ସ୍ଥାନରୁ ପ୍ଲଟ୍ କିଣିବାର ସ୍ୱାଧୀନତା ଦେବ।

ଉଲ୍ଲେଖନୀୟ ଯେ ମାର୍ଚ୍ଚ ୨୫ରେ ହରିୟାଣା ସରକାରଙ୍କ କ୍ୟାବିନେଟ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା ଯେ ରାଜ୍ୟର କ୍ରୀଡା ନୀତି ଅନୁଯାୟୀ ଫୋଗଟଙ୍କୁ ଅଲିମ୍ପିଆନ୍ ରୌପ୍ୟ ପଦକ ବିଜେତା ବର୍ଗରେ ସୁବିଧା ପ୍ରଦାନ କରାଯିବ।

Comments are closed.