Latest Odisha News

BREAKING NEWS

ନାଟକୀୟ ମୋଡ ନେଲା ବରଗଡ଼ ବିଜେପି ଜିଲ୍ଲା ପରିଷଦ ସଦସ୍ୟାଙ୍କ ନିଖୋଜ ଘଟଣା

ଭୁବନେଶ୍ୱର: ବରଗଡ ଜିଲ୍ଲାରେ ଦୁଇ ଜଣ ବିଜେପି ଜିଲ୍ଲା ପରିଷଦ ସଦସ୍ୟା ନିଖୋଜ ଘଟଣା ରବିବାର ଦିନ ନୂଆମୋଡ ନେଇଛି ।

୭ ଜଣ ଜିଲ୍ଲା ପରିଷଦ ସଦସ୍ୟଙ୍କ ସହ ନିଖୋଜ ୨ ସଦସ୍ୟା ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ସେମାନଙ୍କୁ ଅପହରଣ କରାଯାଇଥିବା ନେଇ ବିଜେପି ଯେଉଁ ଅଭିଯୋଗ କରିଛି, ତାହା ସମ୍ପୂର୍ଣ୍ଣ ମିଛ ।

ସମସ୍ତ ୯ ଜଣ ଜିଲ୍ଲା ପରିଷଦ ସଦସ୍ୟମାନେ କହିଛନ୍ତି, “ସେମାନଙ୍କୁ ଅପହରଣ କରାଯାଇନଥିଲା, ଗତ ମାର୍ଚ୍ଚ ୨୮ ତାରିଖରେ ସେମାନେ ବିଜେଡିରେ ସାମିଲ ହୋଇଛନ୍ତି । ୨୦୧୭ ପଞ୍ଚାୟତ ନିର୍ବାଚନରେ ତାଙ୍କ ଅଞ୍ଚଳରେ ବିଜେପି ଜିତିଥିଲା । ଏହାଫଳରେ ତାଙ୍କ ଅଞ୍ଚଳର ବିକାଶ ହେବ ବୋଲି ସେମାନେ ଆଶାବାନ୍ଧି ଥିଲେ । ଯେତେବେଳେ ଏହି ଆଶା ପୂରଣ ହେଲାନାହିଁ, ସେମାନେ ବାଧ୍ୟହୋଇ ବିଜେଡିରେ ସାମିଲ ହେବାଲାଗି ନିଷ୍ପତ୍ତି ନେଇଥିଲେ” ।

ଅପରପକ୍ଷରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେପିର ବିକାଶମୁଖୀ କାର୍ଯ୍ୟକୁ ରୋକୁଥିବା ନେଇ ଅଭିଯୋଗ କରାଯାଇଛି । ବରଗଡ ଜିଲ୍ଲାରେ ବିଜେପିକୁ ଭାଗଭାଗ କରିବା ଲାଗି ନବୀନ ନିବାସରୁ ନିର୍ଦ୍ଦେଶ ଆସୁଛି । ବିଜେଡିର ଏଭଳି ଆଭିମୁଖ୍ୟ ବିରୋଧରେ ଆମେ ନିର୍ବାଚନ ଆୟୋଗଙ୍କ ସହ ଆଲୋଚନା କରିବୁ ବୋଲି ଗଣମାଧ୍ୟମ ସମ୍ମୁଖରେ କହିଛନ୍ତି ବିଜେପି ପ୍ରବକ୍ତା ପ୍ରଦୀପ ପୁରୋହିତ ।

ସେ ଆହୁରି ମଧ୍ୟ କହିଛନ୍ତି, “ବିଜେପି ଏହି ୯ଜଣ ଜିଲ୍ଲା ପରିଷଦ ସଭ୍ୟଙ୍କ ବିରୋଧରେ ଦଳବଦଳ ବିରୋଧୀ ଆଇନ୍ ଲାଗୁ କରିବ ।

ବିଜେପିର ଦୁଇ ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟା ସୁଷମା ଭୁଏ ଓ ପାର୍ବତୀ ଭୋଇଙ୍କୁ ବିଜେଡି ଅପହରଣ କରି ସୋହଲାରେ ଲୁଚାଇ ରଖିଥିବା ନେଇ ଶନିବାର ଦିନ ଅଭିଯୋଗ କରିଥିଲେ ରାଜ୍ୟ ବିଜେପି ସଭାପତି ଅଶ୍ୱିନୀ ଷଡଙ୍ଗୀ ।

Leave A Reply

Your email address will not be published.