Latest Odisha News

BREAKING NEWS

୧୯ ବର୍ଷିୟା ଛାତ୍ରୀ ଗଣଦୁଷ୍କର୍ମ ମାମଲା: ଅଭିଯୁକ୍ତ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ମୋଦିଙ୍କ ନିର୍ଦ୍ଦେଶ

ବାରଣାସୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ସକାଳେ ତାଙ୍କ ସଂସଦୀୟ କ୍ଷେତ୍ର ବାରଣାସୀରେ ଦିନିକିଆ ଗସ୍ତରେ ପହଞ୍ଚିଛନ୍ତି। ସେଠାରେ ପହଞ୍ଚିବା ପରେ ଏଠାରେ ଘଟିଥିବା ୧୯ ବର୍ଷିୟା ଛାତ୍ରୀଙ୍କ ଗଣଦୁଷ୍କର୍ମ ମାମଲା ବିଷୟରେ ବିସ୍ତୃତ ସୂଚନା ନେଇଥିଲେ। ଏହି ମାମଲାରେ ସମ୍ପୃକ୍ତ ଲୋକଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଅଧିକାରୀମାନଙ୍କୁ ଅନୁରୋଧ କରିଛନ୍ତି। ଉତ୍ତର ପ୍ରଦେଶ ସରକାରଙ୍କ ଏକ ବିବୃତ୍ତିରେ ଏହି ସୂଚନା ଦିଆଯାଇଛି।

ବିବୃତ୍ତିରେ କୁହାଯାଇଛି ଯେ ପ୍ରଧାନମନ୍ତ୍ରୀଙ୍କୁ ସହରରେ ଘଟିଥିବା ସମ୍ପ୍ରତି ଦୁଷ୍କର୍ମ ଘଟଣା ବିଷୟରେ ପୋଲିସ କମିଶନର, ବିଭାଗୀୟ କମିଶନର ଏବଂ ଜିଲ୍ଲା ମାଜିଷ୍ଟ୍ରେଟ ସୂଚନା ଦେଇଥିଲେ। ବିବୃତ୍ତି ଅନୁଯାୟୀ, “ସେ ଦୋଷୀମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏବଂ ଭବିଷ୍ୟତରେ ଏପରି ଘଟଣା ରୋକିବା ପାଇଁ ଉପଯୁକ୍ତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି।”

ଏହି ମାମଲାଟି ଜଣେ ୧୯ ବର୍ଷୀୟା ଛାତ୍ରୀଙ୍କୁ ଛଅ ଦିନ ଧରି ୨୩ ଜଣ ବ୍ୟକ୍ତି ମିଶି ଗଣଦଷ୍କର୍ମ କରିଥିବା ଅଭିଯୋଗ ସହିତ ଜଡିତ। ପୋଲିସର କହିବା ଅନୁଯାୟୀ, ଅଭିଯୁକ୍ତ ପୀଡିତାଙ୍କୁ ନିଶା ଦେଇ ବିଭିନ୍ନ ହୋଟେଲକୁ ନିଆଯାଇ ଦୁଷ୍କର୍ମ କରାଯାଇଥିଲା। ଅଭିଯୁକ୍ତମାନଙ୍କ ମଧ୍ୟରୁ ନଅ ଜଣଙ୍କୁ ଗିରଫ କରାଯାଇଛି ଏବଂ ଅନ୍ୟମାନଙ୍କୁ ଖୋଜା ଚାଲିଛି।

ପୀଡିତାଙ୍କ ପରିବାର ଲୋକେ ଏପ୍ରିଲ ୪ ତାରିଖରେ ନିଖୋଜ ହୋଇଥିବା ଥାନାରେ ରିପୋର୍ଟ ଦାଖଲ କରିଥିଲେ। ଏପାରେ ପୋଲିସ ଯୁବତୀଙ୍କୁ ଅଚେତ ଅବସ୍ଥାରେ ଉକ୍ତ ଯୁବତୀଙ୍କୁ ପାଇଥିଲେ। ପୋଲିସ ଅନୁସାରେ, ଛାତ୍ରୀ ଜଣକ ଏକ କ୍ରୀଡା ପାଠ୍ୟକ୍ରମରେ ପ୍ରବେଶ ପାଇଁ ପ୍ରସ୍ତୁତ ହେଉଥିଲେ ଏବଂ ନିୟମିତ ଭାବରେ ଦୌଡ଼ ଅଭ୍ୟାସ ପାଇଁ ଏକ କଲେଜ ଗ୍ରାଉଣ୍ଡକୁ ଯାଉଥିଲେ। ସେଠାରୁ ତାଙ୍କୁ ମାର୍ଚ୍ଚ ୨୯ ତାରିଖରେ ଜଣେ ‘ବନ୍ଧୁ’ ପିଶାଚମୋଚନ ଅଞ୍ଚଳର ଏକ ହୁକା ପାଇଁ ପ୍ରଲୋଭିତ କରିଥିଲେ।

ତାଙ୍କ ବୟାନ ଅନୁଯାୟୀ, “ବନ୍ଧୁ ତାଙ୍କୁ ଏକ ହୁକା ବାର୍ କୁ ନେଇଯାଇଥିଲେ, ଯେଉଁଠାରେ ଅନ୍ୟ ପୁରୁଷମାନେ ଯୋଗ ଦେଇଥିଲେ। ଝିଅଟି ଅଭିଯୋଗ କରିଛି ଯେ ତାଙ୍କୁ ଏକ ଥଣ୍ଡା ପାନୀୟ ସହିତ ନିଶା ଦିଆଯାଇଥିଲା ଏବଂ ତା’ପରେ ସିଗ୍ରା ଅଞ୍ଚଳର ବିଭିନ୍ନ ହୋଟେଲକୁ ନିଆଯାଇଥିଲା, ଯେଉଁଠାରେ ତାଙ୍କୁ ଦୁଷ୍କର୍ମ କରାଯାଇଥିଲା।”

ସାତ ଦିନ ମଧ୍ୟରେ ୨୩ ଜଣ ତାଙ୍କୁ ବଳାତ୍କାର କରିଥିବା ପୀଡିତା ଅଭିଯୋଗ କରିଛନ୍ତି। ପୋଲିସ ନିଶ୍ଚିତ କରିଛି ଯେ କିଛି ଅଭିଯୁକ୍ତ ତାଙ୍କୁ ପରିଚିତ ଥିଲେ, ଯେଉଁଥିରେ ଇନଷ୍ଟାଗ୍ରାମର ପରିଚିତ ଏବଂ ପୂର୍ବତନ ସହପାଠୀ ମଧ୍ୟ ସାମିଲ ଥିଲେ।

 

Comments are closed.