ପାଟନା: ମୁଖ୍ୟମନ୍ତ୍ରୀ ନୀତିଶ କୁମାର ବିହାରର ରାଜଧାନୀ ପାଟନାରେ ୩ ଦିନ ପୂର୍ବରୁ ଜେପି ଗଙ୍ଗା ପଥ ସେତୁର ଉଦଘାଟନ କରିଥିଲେ। ଏହାରି ମଧ୍ୟରେ ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ସେତୁରେ ଫାଟ ହୋଇଥିବା ଦେଖାଯାଉଛି।
ତେବେ ଏହି ସେତୁ ନିର୍ମାଣରେ ୩୮୩୧ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ଜଣାପଡିଛି। ଦିଦାରଗଞ୍ଜ ନିକଟରେ ଥିବା ସେତୁର ପିଲର ନମ୍ବର A-3 ର ଉଭୟ ପାର୍ଶ୍ୱରେ ରେ ଏହି ଫାଟଗୁଡ଼ିକ ଦୃଶ୍ୟମାନ ହେଉଛି।
ଗତ ଏପ୍ରିଲ ୯ ତାରିଖରେ ମୁଖ୍ୟମନ୍ତ୍ରୀ ପାଟନାର କଙ୍ଗନ ଘାଟରୁ ଦିଦାରଗଞ୍ଜ ପର୍ଯ୍ୟନ୍ତ ନିର୍ମିତ ଏହି ଗଙ୍ଗା ପଥକୁ ଉଦ୍ଘାଟନ କରିଥିଲେ। ତେବେ ଏହି ଅବସରରେ ବିହାରର ଉଭୟ ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ଏବଂ ବିଜୟ କୁମାର ସିହ୍ନା, ମନ୍ତ୍ରୀ ନୀତିନ ନବୀନ, ବିଧାନସଭା ବାଚସ୍ପତି ନନ୍ଦ କିଶୋର ଯାଦବଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଏବଂ ଜନପ୍ରତିନିଧି ମଧ୍ୟ ସେଠାରେ ଉପସ୍ଥିତ ଥିଲେ। ଉଦଘାଟନ ପରେ ବହୁସଂଖ୍ୟକ ଯାନବାହାନ ଚଳାଚଳ ଆରମ୍ଭ ହେବାପରେ ସେତୁ ଉପରେ ଚାପ ବଢିଯାଇଥିଲା ଯାହା ଫଳରେ ରାସ୍ତାରେ ଫାଟ ସ୍ରୁଷ୍ଟି ହୋଇଥିଲା।
ତେବେ ଆଗାମୀ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ସରକାର ଏହି ସେତୁକୁ ଶୀଘ୍ର ଉଦଘାଟନ କରିଥିବାରୁ ଓ ସେତୁ ନିର୍ମାଣରେ ଗୁଣବତ୍ତା ହ୍ରାସ ପାଇଥିବାରୁ ଏଥିରେ ଫାଟ ସ୍ରୁଷ୍ଟି ହୋଇଥିବା ନେଇ ସାଧାରଣ ଜନତା ମତ ଦେଇଛନ୍ତି। ତେବେ ପ୍ରବଳ ଝଡ଼ ଏବଂ ବର୍ଷା ରେ ମୁଖ୍ୟମନ୍ତ୍ରୀ ଏହି ଉଦ୍ଘାଟନ କାର୍ଯ୍ୟକ୍ରମରେ ଯୋଗଦେବା ଓ ସେତୁରେ ଫାଟ ହେବା ଫଳରେ କୁହାଯାଉଛି ଯେ ଏହି ଉଦ୍ଘାଟନ ପୂର୍ବରୁ ବୈଷୟିକ ପରୀକ୍ଷଣ ଏବଂ ସୁରକ୍ଷା ମାନ ଯାଞ୍ଚ ଠିକ୍ ଭାବରେ କରାଯାଇ ନାହିଁ।
Comments are closed.