Latest Odisha News

BREAKING NEWS

କଟକ ସମେତ ୧୨ ଜିଲ୍ଲାକୁ କାଳବୈଶାଖୀ ନେଇ ଆଲର୍ଟ ଜାରି

ଭୁବନେଶ୍ୱର: ଓଡ଼ିଶାର ଭୁବନେଶ୍ୱର ଏବଂ କଟକ ସମେତ ୧୨ଟି ଜିଲ୍ଲା ପାଇଁ ୟେଲୋ ଏବଂ ଅରେଞ୍ଜ୍ ରଙ୍ଗର ସତର୍କତା ଜାରି କରିଛି ଭାରତୀୟ ପାଣିପାଗ ବିଭାଗ। ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ କାଳବୈଶାଖୀ ବର୍ଷା ନେଇ ଆଲର୍ଟ ଜାରି କରାଯାଇଛି।

ବାଲେଶ୍ୱର ଏବଂ ମୟୂରଭଞ୍ଜ ଜିଲ୍ଲାର କିଛି ସ୍ଥାନଗୁଡ଼ିକରେ ୫୦-୬୦ କିଲୋମିଟର ବେଗରେ କୁଆପଥର ବର୍ଷା ଏବଂ ପବନ ବହିବା ସହିତ ଘଡ଼ଘଡ଼ି ବର୍ଷା ହୋଇପାରେ। ସେହିପରି ଅନୁଗୁଳ, ବଲାଙ୍ଗୀର, କଟକ, ଦେବଗଡ଼, ଢେଙ୍କାନାଳ, ଗଜପତି, ଗଞ୍ଜାମ, କନ୍ଧମାଳ, ଖୋର୍ଦ୍ଧା ଏବଂ କୋରାପୁଟ ଜିଲ୍ଲାରେ ମଧ୍ୟ ଝଡ଼ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ଅଛି।

ବଜ୍ରପାତରୁ ରକ୍ଷା ପାଇବା ପାଇଁ ଲୋକମାନଙ୍କୁ ପାଣିପାଗ ଉପରେ ନଜର ରଖିବାକୁ ଏବଂ ସେହି ଅନୁସାରେ ସୁରକ୍ଷିତ ସ୍ଥାନକୁ ଯିବାକୁ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି।

Comments are closed.