ଭୁବନେଶ୍ୱର: ସକାଳୁ ସକାଳୁ ହଠାତ୍ ଘୋଟିଆସିଲା କଳାହାଣ୍ଡିଆ ମେଘ। ବର୍ଷାରେ ଭିଜୁଛି ଟୁଇନସିଟି ଭୁବନେଶ୍ବର-କଟକ। ସୃଷ୍ଟି ହେଲା ସନ୍ଧ୍ୟାର ଭ୍ରମ । କାଳବୈଶାଖୀ ପ୍ରଭାବରେ ବିଜୁଳି ଘଡ଼ଘଡ଼ି ସହ ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ ବହୁଛି ।
ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଅପରାହ୍ନ ୧ଟା ପର୍ଯ୍ୟନ୍ତ ରାଜଧାନୀ ଭୁବନେଶ୍ୱର ସମେତ ଖୋର୍ଦ୍ଧାର କିଛି ସ୍ଥାନରେ ମଧ୍ୟମ ଧରଣର ଝଡ଼ବର୍ଷା ନେଇ ଆକଳନ କରିଛି। ଏଥିସହିତ ୪୦-୫୦ କିଲୋମିଟର ବେଗରେ ପବନ ବହିବା ସହିତ ବିଜୁଳି ଏବଂ ମଧ୍ୟମ ବର୍ଷା ନେଇ ଅରେଞ୍ଜ ସତର୍କତା ଜାରି କରିଛି। ପୁରୀ ଜିଲ୍ଲା ପାଇଁ ମଧ୍ୟ ସମାନ ସତର୍କତା ଜାରି କରାଯାଇଛି।
ହାଲୁକାରୁ ମଧ୍ୟମ ଝଡ଼ବର୍ଷା ସହିତ ୩୦-୪୦ କିଲୋମିଟର ବେଗରେ ପବନ ବହିବ। ସେହିପରି ଆସନ୍ତା ୩ ଘଣ୍ଟା ମଧ୍ୟରେ ଜଗତସିଂହପୁରର କିଛି ଅଂଶରେ ବଜ୍ରପାତ ଏବଂ ହାଲୁକାରୁ ମଧ୍ୟମ ବର୍ଷା ହୋଇପାରେ।
Comments are closed.