Latest Odisha News

BREAKING NEWS

ନରମ ପଡିଲା ବିସିସିଆଇ: ଖେଳାଳି ସଫଳତାର ମଉଜ ଭଲ ଭାବେ କରିପାରିବେ

ଲକ୍ଷ୍ନୌ: ଲକ୍ଷ୍ନୌ ସୁପର ଜ୍ୟାଂଟସର ସ୍ପିନର ଦିଗଭେଶ ରାଠୀ ଚଳିତ ଆଇପିଏଲରେ ପ୍ରଭାବୀ ବୋଲିଂ ପ୍ରଦର୍ଶନ ଜାରୀ ରଖିଛନ୍ତି । ତେବେ ସେ ୱିକେଟ ନେବା ପରେ ସଫଳତାର ମଉଜ ନିଜସ୍ୱ ଶୈଳୀରେ କରିଥାନ୍ତି । ଏଥିପାଇଁ ୨ ଥର ଦଣ୍ଡିତ କରାଯାଇଛି । ଏହା ସତ୍ୱେ ରାଠୀ ତାଙ୍କ ଶୈଳୀରେ ସାମାନ୍ୟ ପରିବର୍ତନ କରିଛନ୍ତି । ପୂର୍ବରୁ ନୋଟବୁକ ସେଲିବ୍ରେସନ କରୁଥିବା ବେଳେ ଏବେ ମାଟିରେ ଦସ୍ତଖତ କରୁଛନ୍ତି । ବିସିସିଆଇ ଦଣ୍ଡିତ କରିବା ପରେ ପ୍ରଶଂସକମାନେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ । ୱିକେଟ ନେବା ପରେ ଖୁସି ମନାଇବା ଭୁଲ କଥା ନୁହେଁ । ବିସିସିଆଇ ଏବେ ଫିଲ୍ଡ ଅମ୍ପାୟରଙ୍କୁ ଏ ନେଇ ହାଲକା ମନୋଭାବ ଆପଣାଇବା ପାଇଁ କହିଛନ୍ତି ।

ରାଠୀ ଆଗକୁ ତାଙ୍କ ଶୈଳୀରେ ଖୁସି ମନାଇ ପାରିବେ । ପଞ୍ଜାବ କିଙ୍ଗସ ଯୁବ ଓପନର ପ୍ରିୟାଂଶ ଆର୍ଯ୍ୟଙ୍କ ୱିକେଟ ନେବା ପରେ ନୋଟବୁକ ସେଲିବ୍ରେସନ କରିଥିଲେ । ମ୍ୟାଚ ପରେ ତାଙ୍କ ଉପରେ ୨୫ ପ୍ରତିଶତ ମ୍ୟାଚ ଫିସର ଜରିମାନା ଲଗାଯିବା ସହ ୧ ଡିମେରିଟ ପଂଏଟ ଦିଆଯାଇଥିଲା । ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ମ୍ୟାଚରେ ନମନ ଧୀରଙ୍କୁ ଆଉଟ କରିବା ପରେ ସେ ସମାନ ଶୈଳୀରେ ସେଲିବ୍ରେସନ କରିଥିଲେ ।

Comments are closed.