Latest Odisha News

BREAKING NEWS

କୋହଲି, ଧୋନୀଙ୍କୁ ପଛରେ ପକାଇଲେ ରାହୁଲ

ନୂଆଦିଲ୍ଲୀ: ଦିଲ୍ଲୀ କ୍ୟାପିଟାଲ୍ସର ଷ୍ଟାର ବ୍ୟାଟ୍ସମ୍ୟାନ କେଏଲ ରାହୁଲ ଚଳିତ ଆଇପିଏଲରେ ଭଲ ଫର୍ମରେ ଅଛନ୍ତି । ସେ ୬ଟି ଇନିଂସରେ ୨୬୬ ରନ ସଂଗ୍ରହ କରି ନେଇଛନ୍ତି । ୨୦୦ ଛକା ପୂରଣ ଗୁଜରାଟ ଟାଇଟାନ୍ସ ବିପକ୍ଷ ମ୍ୟାଚରେ ସେ ଏକ ବଡ ଉପଲବ୍ଧି ହାସଲ କରିଛନ୍ତି । ଆଇପିଏଲରେ ସବୁଠାରୁ କମ ଇନିଂସରେ ୨୦୦ ଛକା ମାରିବାରେ ବିରାଟ କୋହଲି ଓ ମହେନ୍ଦ୍ର ସିଂ ଧୋନୀଙ୍କୁ ପଛରେ ପକାଇ ଦେଇଛନ୍ତି । ୧୨୯ ଇନିଂସରେ ସେ ଏହି ସଫଳତା ହାସଲ କରିଛନ୍ତି । ତାଙ୍କ ପଛକୁ ସଞ୍ଜୁ ସାମସନ ରହିଛନ୍ତି । ସେ ୧୫୯ ଇନିଂସରେ ୨୦୦ ଛକା ପୂରଣ କରିଛନ୍ତି ।

ମହେନ୍ଦ୍ର ସିଂ ଧୋନୀ ୧୬୫ ଓ ବିରାଟ କୋହଲି ୧୮୦ ଇନିଂସରେ ଏହି ସଫଳତା ହାସଲ କରିଛନ୍ତି । ଏହି ମ୍ୟାଚରେ ରାହୁଲ ୧୪ ବଲରେ ୨୮ ରନ କରି ପ୍ରସିଦ୍ଧ କ୍ରିଷ୍ଣାଙ୍କ ବଲରେ ଆଉଟ ହୋଇଥିଲେ । ଦିଲ୍ଲୀ ପ୍ରଥମେ ବ୍ୟାଟିଂ କରି ଗୁଜରାଟ ସମ୍ମୁଖରେ ୨୦୪ ରନର ଲକ୍ଷ୍ୟ ରଖିଛି । ରାହୁଲ ଧୀମା ବ୍ୟାଟିଂ କରନ୍ତି ବୋଲି ଯେଉଁ ଧାରଣା ସୃଷ୍ଟି କରାଯାଇଥିଲା ତାକୁ ସେ ମିଥ୍ୟା ପ୍ରମାଣିତ କରିପାରିଛନ୍ତି ।

Comments are closed.