ଭୁବନେଶ୍ୱର: ସୁରକ୍ଷା ବୃଦ୍ଧି କରିବା ଏବଂ ରେଳଟ୍ରାକ ଗୁଡ଼ିକୁ ଅଧିକ ଉନ୍ନତମାନର ବନାଇବା ପାଇଁ ଦକ୍ଷିଣ ପୂର୍ବ ରେଳବାଇର ଚକ୍ରଧରପୁର ଡିଭିଜନ ଆସନ୍ତା ଏପ୍ରିଲ ୨୧ରୁ ୨୬ ତାରିଖ ପର୍ଯ୍ୟନ୍ତ ଓଡ଼ିଶାର ରାଉରକେଲା ଏବଂ ବନ୍ଧମୁଣ୍ଡା ମଧ୍ୟରେ ସୁରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ କରିବ।
ତେବେ ଏଥିରେ ବାଧା ନ ଉପୁଜିବା ପାଇଁ କିଛି ଟ୍ରେନ୍ ସେବାକୁ ଅସ୍ଥାୟୀ ଭାବରେ ବାତିଲ/ଆଂଶିକ ବାତିଲ କରାଯିବା ନେଇ ରେଳବାଇ ସୋମବାର ଦିନ ଏକ ବିବୃତ୍ତିରେ ଘୋଷଣା କରିଛି।
ରାଉରକେଲା- ବନ୍ଧମୁଣ୍ଡା ସେକ୍ସନରେ ମଲ୍ଟି-ଟ୍ରାକିଂ ଲାଇନଗୁଡ଼ିକ ରେ ଯେଉଁ ଆଧୁନିକୀକରଣ ହେବାରେ ଅଛି। ସେଥିମଧ୍ୟରେ ଟ୍ରାକ୍ ଲିଙ୍କିଂ ଏବଂ ନନ୍-ଇଣ୍ଟରଲକିଂ ଅନ୍ତର୍ଭୁକ୍ତ ରହିଛି। ତେବେ କେଉଁ ଟ୍ରେନ ବାତିଲ…
A. ସମ୍ପୂର୍ଣ୍ଣ ବାତିଲ ଟ୍ରେନ ଲିଷ୍ଟ
୧. ୧୮୪୫୨ ପୁରୀ-ହଟିଆ ତପସ୍ୱିନୀ ଏକ୍ସପ୍ରେସ୍ ଏପ୍ରିଲ ୨୦, ୨୧, ୨୨, ୨୪ ଏବଂ ୨୫ ତାରିଖ ପାଇଁ ବାତିଲ।
୨. ୧୮୪୫୧ ହଟିଆ-ପୁରୀ ତପସ୍ୱିନୀ ଏକ୍ସପ୍ରେସ୍ ଏପ୍ରିଲ ୨୧, ୨୨, ୨୩, ୨୫ ଏବଂ ୨୬ ତାରିଖ ପାଇଁ ବାତିଲ।
୩. ୧୮୧୨୫ ରାଉରକେଲା-ପୁରୀ ଏକ୍ସପ୍ରେସ ୨୪ ଏବଂ ୨୫ ଏପ୍ରିଲ ତାରିଖ ପାଇଁ ବାତିଲ।
୪. ୧୮୧୨୬ ପୁରୀ-ରାଉରକେଲା ଏକ୍ସପ୍ରେସ୍ ୨୫ ଏବଂ ୨୬ ଏପ୍ରିଲ ପାଇଁ ବାତିଲ
5. ୧୮୧୧୭/୧୮୧୧୮ ଗୁଣୁପୁର – ରାଉରକେଲା – ଗୁଣୁପୁର ରାଜ୍ରଣି ଏକ୍ସପ୍ରେସ ୨୪ଓ ୨୫ ଏପ୍ରିଲ ତାରିଖ ପାଇଁ ବାତିଲ।
B. ଆଂଶିକ ବାତିଲ ହୋଇଥିବା ଟ୍ରେନ
୧. ୨୨୮୬୨/୧୨୮୭୨ କଣ୍ଟାବାଞ୍ଜି/ଟିଟିଲାଗଡ଼-ହାୱଡା ଇସ୍ପାତ ଏକ୍ସପ୍ରେସ୍ ୨୧ ଏପ୍ରିଲରୁ ୨୬ ଏପ୍ରିଲ ପର୍ଯ୍ୟନ୍ତ କେବଳ ଝାରସୁଗୁଡ଼ା ପର୍ଯ୍ୟନ୍ତ ଯାତ୍ରା କରି ପୁନଃ ନିଜର ଷ୍ଟେସନକୁ ଫେରିବ।
୨. ୨୨୮୬୧/୧୨୮୭୧ ହାଓଡା-କଣ୍ଟାବାଞ୍ଜି/ଟିଟିଲାଗଡ଼ ଇସ୍ପାତ ଏକ୍ସପ୍ରେସ ଟାଟାନଗର ପର୍ଯ୍ୟନ୍ତ ଯାତ୍ରା କରି ନିଜର ଆରମ୍ଭ ଷ୍ଟେସନକୁ ଫେରିବ।
୩. ୧୫୦୨୮/୧୫୦୨୭ ସମ୍ବଲପୁର-ଗୋରଖପୁର-ସମ୍ବଲପୁର ମୌର୍ଯ୍ୟ ଏକ୍ସପ୍ରେସ୍ ୨୧ ଏବଂ ୨୫ ତାରିଖରେ ପାଇଁ ବାତିଲ ହୋଇଛି।
Comments are closed.