Latest Odisha News

BREAKING NEWS

ଏସବୁ କଲେଜରେ ନିର୍ବାଚନ ବାତିଲ; ସୁରକ୍ଷା ଦୃଷ୍ଟିକୋଣରୁ…

ଭଦ୍ରକ:ଛାତ୍ର ସଂସଦ ନିର୍ବାଚନ ପାଇଁ ଆଜି ରାଜ୍ୟର ବିଭିନ୍ନ କଲେଜରେ ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି । ଏପଟେ ଶୁକ୍ରବାର ଭଦ୍ରକ ଜିଲାର ଦୁଇଟି କଲେଜରେ ନିର୍ବାଚନ ବାତିଲ କରାଯାଇଛି। ଭଦ୍ରକ ମହିଳା କଲେଜ ଓ ଭଣ୍ଡାରିପୋଖରୀ ବ୍ଲକ ନାଆମୀ କଲେଜରେ ନିର୍ବାଚନ ବାତିଲ ହୋଇଛି। କଲେଜରେ ନିର୍ବାଚନକୁ ନେଇ ବିଶୃଙ୍ଖଳା ସୃଷ୍ଟି ହୋଇଥିଲା। ଶୃଙ୍ଖଳା ଏବଂ ଶିକ୍ଷାନୁଷ୍ଠାନ ପରିସରରେ ଶାନ୍ତ ବାତାବରଣ ପାଇଁ ଦୁଇ କଲେଜରେ ନିର୍ବାଚନ ବାତିଲ ହୋଇଛି। ତେବେ ଏହାକୁ ନେଇ ଛାତ୍ରୀଛାତ୍ର ଏବଂ ରାଜନୈତିକ ମହଲରେ ନାନା ଚର୍ଚ୍ଚା ହେଉଛି।

ସୂଚନାଥାଉକି,ଗୁରୁବାର ଏବିଭିପି ପକ୍ଷରୁ ଭଦ୍ରକ ମହିଳା କଲେଜ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଥିଲା। ମହିଳା ମହାବିଦ୍ୟାଳୟକୁ ବିଜୁ ଛାତ୍ର ଜନତା ଦଳର ପ୍ରାର୍ଥିନୀମାନେ ନାମାଙ୍କନ ଭରିବାକୁ ସଦଳବଳ ଯାଇଥିବା ବେଳେ କଲେଜ କାନ୍ଥରେ ନିର୍ବାଚନ ବାତିଲ ହେବା ନେଇ ନୋଟିସ ଦେଖି ଛାତ୍ରଛାତ୍ରୀ କ୍ଷୋଭ ପ୍ରକାଶ କରିଥିଲେ। ସେହିପରି ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀରେ ମଧ୍ୟ ନାଆମୀ କଲେଜରେ ମଧ୍ୟ ନିର୍ବାଚନ ବାତିଲ କରାଯାଇଛି । ଛାତ୍ରୀଛାତ୍ର କଲେଜ ଗେଟ୍‌ ଆଗରେ ପ୍ରତିବାଦ କରିବା ସହ ନିର୍ବାଚନ ପାଇଁ ଦାବି କରିଛନ୍ତି। ତେବେ ସୁରକ୍ଷା ଦୃଷ୍ଟିକୋଣରୁ ବାତିଲ ହୋଇଥିବା କହିଛନ୍ତି କଲେଜ କର୍ତ୍ତୃପକ୍ଷ।

ସୂଚନାଥାଉକି, ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହେବା ପୂର୍ବରୁ ରାଜ୍ୟର ଅନେକ କ୍ୟାମ୍ପସରେ ପ୍ରାକ୍ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି । ଯାଜପୁର ଜିଲ୍ଲାର ବ୍ୟାସନଗର ସ୍ୱୟଂଶାସିତ କଲେଜର ଅଧ୍ୟକ୍ଷଙ୍କ ବାସଭବନ ଏବଂ କ୍ୟାମ୍ପସରେ ଥିବା ଏକ ହଷ୍ଟେଲ ନିକଟରେ ବୋମା ଆକ୍ରମଣ ପରେ କଲେଜର ଛାତ୍ର ସଂସଦ ନିର୍ବାଚନକୁ ବାତିଲ କରାଯାଇଛି । ସେହିପରି କୋରେଇ କାହ୍ନୁଚରଣ ମହାବିଦ୍ୟାଳୟ ଓ ମୁଗୁପାଳରେ ଅବସ୍ଥିତ ଶାରଦା ମହାବିଦ୍ୟାଳୟରେ ନିର୍ବାଚନ ବାତିଲ୍‌ ହୋଇଛି ।

Leave A Reply

Your email address will not be published.