ନୂଆଦିଲ୍ଲୀ: ଭିଭୋ ଭାରତରେ ଏହାର ସବୁଠାରୁ ଶକ୍ତିଶାଳୀ ବ୍ୟାଟେରୀ 5G ସ୍ମାର୍ଟଫୋନ୍ ଲଞ୍ଚ କରିଛି। ମଙ୍ଗଳବାର ଭାରତୀୟ ବଜାରରେ ଏହାର ନୂଆ ସ୍ମାର୍ଟଫୋନ Vivo T4 5Gକୁ ଲଞ୍ଚ ହୋଇଛି । ଏହି ଭିଭୋ ଫୋନ୍ଟି ପୂର୍ବରୁ ଲଞ୍ଚ ହୋଇଥିବା ଭିଭୋ T4xର ଏକ ଅପଗ୍ରେଡେଡ୍ ମଡେଲ୍। ଏହି ଫୋନରେ ଏକ ଶକ୍ତିଶାଳୀ 7300mAh ବ୍ୟାଟେରୀ ସହ 90W ଫାଷ୍ଟ ଚାର୍ଜିଂ, କର୍ଭଡ୍ AMOLED ଡିସପ୍ଲେ ସହିତ ଭଳି ଦମଦାର ଫିଚର ପ୍ରଦାନ କରାଯାଇଛି।
ଭାରତରେ ଭିଭୋ T4 5Gର ମୂଲ୍ୟ 8GB + 128GB ବିକଳ୍ପ ପାଇଁ ୨୧,୯୯୯ ରହିଛି । 8GB + 256GB ଏବଂ 12GB + 256GB ଭାରିଏଣ୍ଟ ଲାଗି ଯଥାକ୍ରମେ ୨୩,୯୯୯ ଟଙ୍କା ଏବଂ ୨୫,୯୯୯
ଟଙ୍କା ରହିଛି ।
ଏହି ଫୋନ୍ ଏମେରାଲ୍ଡ ବ୍ଲେଜ୍ ଏବଂ ଫାଣ୍ଟମ୍ ଗ୍ରେ ରଙ୍ଗ ବିକଳ୍ପରେ ଉପଲବ୍ଧ କରାଯାଇଛି ।
ଏହି ଫୋନକୁ ଗ୍ରାହକ ଏପ୍ରିଲ ୨୯ ତାରିଖ ମଧ୍ୟାହ୍ନ ୧୨ଟା ପରଠାରୁ ଫ୍ଲିପକାର୍ଟ, ଭିଭୋ ଇଣ୍ଡିଆ ଇ-ଷ୍ଟୋର୍ ଏବଂ ଅଫଲାଇନ ଖୁଚୁରା ଷ୍ଟୋରଗୁଡ଼ିକରୁ କିଣିପାରିବେ । HDFC, Axis ଓ SBI ବ୍ୟାଙ୍କ କାର୍ଡରୁ କିଣିଲେ ଏଥିରେ ୨000ଟଙ୍କା ଡିସକାଉଣ୍ଟ ମିଳିବ । ଏହାସହ ବିନା ମୂଲ୍ୟରେ ଛଅ ମାସ ପର୍ଯ୍ୟନ୍ତ EMI ସୁବିଧା ମଧ୍ୟ ରହିଛି ।
Welcome to the Turbo life. Level up on multitasking, last beyond the day, slay with your display, and get clear reels in 4K, with the one and only vivo T4.
Sale starts on 29th april.
Know more https://t.co/pZQXjK1JQc#vivoT4 #TurboLife #GetSetTurbo pic.twitter.com/wTl8Z3yDHU— vivo India (@Vivo_India) April 22, 2025
ଏହି Vivo ଫୋନରେ 6.77 ଇଞ୍ଚର କ୍ୱାଡ୍ କର୍ଭଡ୍ AMOLED ଡିସପ୍ଲେ ଅଛି, ଯାହା FHD+ ରିଜୋଲ୍ୟୁସନକୁ ସପୋର୍ଟ କରେ। ଫୋନର ଡିସପ୍ଲେ 120Hz ହାଇ ରିଫ୍ରେସ୍ ରେଟ୍ ଫିଚରକୁ ସମର୍ଥନ କରେ ଏବଂ ଏହାର ପିକ୍ ବ୍ରାଇଟନେସ୍ 5,000 ନିଟସ୍ ପର୍ଯ୍ୟନ୍ତ ରହିଛି । ଫୋନରେ ଇନ-ଡିସପ୍ଲେ ଫିଙ୍ଗରପ୍ରିଣ୍ଟ ସେନ୍ସର ଏବଂ ଫେସ୍ ଅନଲକ୍ ଭଳି ଫିଚର ପ୍ରଦାନ କରାଯାଇଛି। ପାଣି ଏବଂ ଧୂଳି ପ୍ରତିବନ୍ଧକ ଲାଗି IP65 ରେଟିଂ ସହ ଆସିଛି ।
ଏଥିରେ 50MP Sony IMX882 ସେନ୍ସର (f/1.79 ଆପେର୍ଚର),2MP ସେକେଣ୍ଡାରୀ କ୍ୟାମେରା (f/2.4 ଆପେର୍ଚର). 4K 30fps ଭିଡିଓ ରେକର୍ଡିଂ । ଏଥିରେ 32MP ଫ୍ରଣ୍ଟ କ୍ୟାମେରା ଦିଆଯାଇଛି । 5G, 4G LTE, ଡୁଆଲ ବ୍ୟାଣ୍ଡ Wi-Fi, ବ୍ଲୁଟୁଥ୍ 5.4, GPS ଓ ଏକ USB Type-C ପୋର୍ଟ ଦିଆଯାଇଛି ।
ଏହି ଫୋନର ଡିସପ୍ଲେର ରିଜୋଲ୍ୟୁସନ 1080 x 2392 ପିକ୍ସେଲ ରହିଛି । Vivo T4 5G ରେ Qualcomm Snapdragon 7s Gen 3 ପ୍ରୋସେସର୍ ଅଛି। ଏହା ସହିତ, 12GB ପର୍ଯ୍ୟନ୍ତ LPDDR4X RAM ଏବଂ 256GB ପର୍ଯ୍ୟନ୍ତ UFS 2.2 ଷ୍ଟୋରେଜ୍ ପାଇଁ ସର୍ପୋଟ କରେ ।
ଏହି ଫୋନ୍ Android 15 ଉପରେ ଆଧାରିତ Funtouch OS 15ରେ କାମ କରେ।
Comments are closed.